କାନ୍ଧିଆ ବେହେରା Kāndhiā beherā

  • ଦେ. ବି — ଯେଉଁ ବେହେରାମାନେ ସବାରିର ଆଗ ଓ ପଛ ବାଉଁଶକୁ କାନ୍ଧେଇ ସବାରି ବୁହନ୍ତି — Palki bearers
  • ଦେ. ବି — [ଦ୍ର—ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ବେହେରା ହୁଅନ୍ତି। ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରି— ମାନେ କାନ୍ଧିଆ ବେହେରା ହୁଅନ୍ତି। ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାନ୍ତି; ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧାନ୍ତି। ବାଲେଶ୍ୱର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ବେହେରା ହୁଅନ୍ତି। ସବାରୀ କାନ୍ଧେଇବା ପ୍ରଣାଳୀ:—ଏକା କାନ୍ଧରେ ସବାରିବାଉଁଶକୁ ସମସ୍ତେ ନ କାନ୍ଧେଇ ଜଣେ ଡାହାଣ କାନ୍ଧରେ ଓ ଆଉ ଜଣେ ବାଆଁ କାନ୍ଧରେ କାନ୍ଧିଆନ୍ତି। ଏହିପରି କାନ୍ଧେଇବା ଦ୍ୱାରା ବେହେରାମାନଙ୍କର ଗୋଡ଼କୁ ଗୋଡ଼ ନ ବାଜି ସୁବିଧାରେ ଚାଲି ହୁଏ ଓ ସବାରି ନ ଦୋହଲି କାନ୍ଧରେ ଥୟ ହୋଇ ରହେ। କାନ୍ଧିଆ ବେହେରାମାନଙ୍କର ନାମ:—( 1 ) ପିଙ୍ଗ (ଫିଙ୍ଗ), ( 2 ) କୁମ୍ଭ, ( 3 ) ପିଙ୍ଗାଳ, ( 4 ) କୁମ୍ଭାଳ, ( 5 ) ମୂଳିଆ. ( 6 ) ଗରବ (ଗରଭ), ( 7 ) ଗରବିଆ। କାନ୍ଧିଆ ବେହେରାଙ୍କର ବ୍ଯବହୁତ ଡାକ:—ଏହା ଅନେକ ପ୍ରକାର ଓ ତାହା 3 ଅକ୍ଷରିଆ, 4 ଅକ୍ଷରିଆ, 5 ଅକ୍ଷରିଆ, 6 ଅକ୍ଷରିଆ ଓ ଭିନ୍ନ ଭିନ୍ନ ରାଗିଣୀବିଶିଷ୍ଟ। ଭିନ୍ନ ଭିନ୍ନ ଅଞ୍ଚଳର ବେହେରାମାନେ ଭିନ୍ନ ଭିନ୍ନ ଶବ୍ଦ ଓ ରାଗିଣୀରେ ଡାକନ୍ତି। ଏହି ଡାକଦ୍ୱାରା ଆଗକାନ୍ଧିଆ ବେହେରାମାନେ ପଛକାନ୍ଧିଆ ବେହେରା— ମାନଙ୍କ ସଙ୍ଗେ କଥାବାର୍ତ୍ତା ହୁଅନ୍ତି ଓ ସେମାନଙ୍କୁ ସାବଧାନ କରି ଦିଅନ୍ତି। ସେଥି ସଙ୍ଗେ ସଙ୍ଗେ ଅନେକ ଢଗ, ଥଟ୍ଟା କଥା ଓ ଅଶ୍ଳୀଳ କଥା ମଧ୍ୟ କହନ୍ତି। ସେଥିରୁ ଗୁଡ଼ିଏ ଏ ଭାଷାକୋଷର ଭିନ୍ନ ଭିନ୍ନ ସ୍ଥାନରେ ଅକ୍ଷରକ୍ରମରେ ଦିଆ ଯାଇଅଛି। ସେମାନେ କେତେଗୁଡ଼ିଏ ବିଶିଷ୍ଟ ଶବ୍ଦ ମଧ୍ୟ ବ୍ଯବହାର କରନ୍ତି। କାନ୍ଧିଆ ବେହେରାମାନଙ୍କ ଗୀତ:—ଆଗ ବେହେରାମାନେ ଡାକ ଡାକିବାରେ ଲାଗିଥାନ୍ତି ଓ ପଛ ବେହେରାମାନେ ସେହି ଡାକକୁ ଶୁଣି ସତର୍କ ହେଉଥାନ୍ତି। ଯେଉଁ ପଞ୍ଝାକ ସବାରି କାନ୍ଧେଇବାରୁ ଅବସର ପାଇ ପଛେ ପଛେ କିଛି ଦୂରରେ ଚାଲୁଥାନ୍ତି ସେମାନେ ଶ୍ରମାପନୋଦନାର୍ଥ ଓ କାନ୍ଧେଇଥିବା ବେହେରାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୌରାଣିକ ଓ ସମୟ ସମୟରେ ଅଶ୍ଳୀଳ ଗୀତ ବୋଲୁଥାନ୍ତି।) — [ଦ୍ର—ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ବେହେରା ହୁଅନ୍ତି ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରି— ମାନେ କାନ୍ଧିଆ ବେହେରା ହୁଅନ୍ତି ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାନ୍ତି; ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧାନ୍ତି ବାଲେଶ୍ୱର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ବେହେରା ହୁଅନ୍ତି ସବାରୀ କାନ୍ଧେଇବା ପ୍ରଣାଳୀ:—ଏକା କାନ୍ଧରେ ସବାରିବାଉଁଶକୁ ସମସ୍ତେ ନ କାନ୍ଧେଇ ଜଣେ ଡାହାଣ କାନ୍ଧରେ ଓ ଆଉ ଜଣେ ବାଆଁ କାନ୍ଧରେ କାନ୍ଧିଆନ୍ତି ଏହିପରି କାନ୍ଧେଇବା ଦ୍ୱାରା ବେହେରାମାନଙ୍କର ଗୋଡ଼କୁ ଗୋଡ଼ ନ ବାଜି ସୁବିଧାରେ ଚାଲି ହୁଏ ଓ ସବାରି ନ ଦୋହଲି କାନ୍ଧରେ ଥୟ ହୋଇ ରହେ କାନ୍ଧିଆ ବେହେରାମାନଙ୍କର ନାମ:—(1) ପିଙ୍ଗ (ଫିଙ୍ଗ), (2) କୁମ୍ଭ, (3) ପିଙ୍ଗାଳ, (4) କୁମ୍ଭାଳ, (5) ମୂଳିଆ. (6) ଗରବ (ଗରଭ), (7) ଗରବିଆ କାନ୍ଧିଆ ବେହେରାଙ୍କର ବ୍ଯବହୁତ ଡାକ:—ଏହା ଅନେକ ପ୍ରକାର ଓ ତାହା3ଅକ୍ଷରିଆ,4ଅକ୍ଷରିଆ,5ଅକ୍ଷରିଆ,6ଅକ୍ଷରିଆ ଓ ଭିନ୍ନ ଭିନ୍ନ ରାଗିଣୀବିଶିଷ୍ଟ ଭିନ୍ନ ଭିନ୍ନ ଅଞ୍ଚଳର ବେହେରାମାନେ ଭିନ୍ନ ଭିନ୍ନ ଶବ୍ଦ ଓ ରାଗିଣୀରେ ଡାକନ୍ତି ଏହି ଡାକଦ୍ୱାରା ଆଗକାନ୍ଧିଆ ବେହେରାମାନେ ପଛକାନ୍ଧିଆ ବେହେରା— ମାନଙ୍କ ସଙ୍ଗେ କଥାବାର୍ତ୍ତା ହୁଅନ୍ତି ଓ ସେମାନଙ୍କୁ ସାବଧାନ କରି ଦିଅନ୍ତି ସେଥି ସଙ୍ଗେ ସଙ୍ଗେ ଅନେକ ଢଗ, ଥଟ୍ଟା କଥା ଓ ଅଶ୍ଳୀଳ କଥା ମଧ୍ୟ କହନ୍ତି ସେଥିରୁ ଗୁଡ଼ିଏ ଏ ଭାଷାକୋଷର ଭିନ୍ନ ଭିନ୍ନ ସ୍ଥାନରେ ଅକ୍ଷରକ୍ରମରେ ଦିଆ ଯାଇଅଛି ସେମାନେ କେତେଗୁଡ଼ିଏ ବିଶିଷ୍ଟ ଶବ୍ଦ ମଧ୍ୟ ବ୍ଯବହାର କରନ୍ତି କାନ୍ଧିଆ ବେହେରାମାନଙ୍କ ଗୀତ:—ଆଗ ବେହେରାମାନେ ଡାକ ଡାକିବାରେ ଲାଗିଥାନ୍ତି ଓ ପଛ ବେହେରାମାନେ ସେହି ଡାକକୁ ଶୁଣି ସତର୍କ ହେଉଥାନ୍ତି ଯେଉଁ ପଞ୍ଝାକ ସବାରି କାନ୍ଧେଇବାରୁ ଅବସର ପାଇ ପଛେ ପଛେ କିଛି ଦୂରରେ ଚାଲୁଥାନ୍ତି ସେମାନେ ଶ୍ରମାପନୋଦନାର୍ଥ ଓ କାନ୍ଧେଇଥିବା ବେହେରାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୌରାଣିକ ଓ ସମୟ ସମୟରେ ଅଶ୍ଳୀଳ ଗୀତ ବୋଲୁଥାନ୍ତି)