କାନ୍ଦିବା Kāndibā

  • ଦେ. କ୍ରି. (ସଂ. କ୍ରନ୍ଦ ଧାତୁ) — କ୍ରନ୍ଦନ କରିବା — To cry; to weep
  • ଦେ. କ୍ରି. (ସଂ. କ୍ରନ୍ଦ ଧାତୁ) — ଜଳ ବୁହାଇବା — To shed water
  • ଦେ. କ୍ରି. (ସଂ. କ୍ରନ୍ଦ ଧାତୁ) — ବିଳାପ କରିବା — To utter a wailing or plaintive sound; to lament
  • ପ୍ରାଦେ. (ଗଞ୍ଜାମ) କ୍ରି — ଖେଳରେ ହାରି ବୃଥା ଗୋଳ କରିବା — To set up a row after defeat in a game
  • ପ୍ରାଦେ. (ଗଞ୍ଜାମ) କ୍ରି — [ଦ୍ର—ଲୋକ ଗଭୀର ମନୋଦୁଃଖରେ କାନ୍ଦନ୍ତି; ରୋଗ ବା ପ୍ରହାରଜନିତ ଶରୀରପୀଡ଼ା ଯୋଗୁଁ କାନ୍ଦନ୍ତି; ଭକ୍ତି ବା ପ୍ରେମବିହ୍ୱଳ ହୋଇ କାନ୍ଦନ୍ତି; ଆଖିରୁ ଲୁହ ବହିବା କାନ୍ଦିବାର ଲକ୍ଷଣ। କାନ୍ଦିବା ଶବ୍ଦ ସଙ୍ଗେ କାଟିବା, କୁନ୍ଥେଇବା, ବୋବେଇବା କ୍ରିୟାମାନ ସହଚରରୂପେ ବ୍ଯବହୁତ ହୁଏ।]