କାନ୍ଦଣା Kāndaṇā
- ଦେ. ବି.—(ସଂ. କ୍ରନ୍ଦନ) — କାନ୍ଦ (ଦେଖ) — Kānda (See)
- ଦେ. ବି.—(ସଂ. କ୍ରନ୍ଦନ) — ବିସ୍ତାରି କପଟ ଶୋକେ କପଟ କାନ୍ଦଣା। ବୋଇଲା ହେ ନାଥ ବଡ଼ ସୌଭାଗ୍ୟ ଦାସୀର। ଚିନ୍ତାମଣି, ବିକ୍ରମାଦିତ୍ୟ।
- ଦେ. ବି.—(ସଂ. କ୍ରନ୍ଦନ) — [ଦ୍ର—ବିବାହିତା କନ୍ୟାମାନେ ବାପ ଘରୁ ଶାଶୁଘରକୁ ଗଲାବେଳେ ପିତା, ମାତା, ଭାଇ, ଭଉଣୀ ଆଦି ଆତ୍ମୀୟ— ମାନଙ୍କଠାରୁ ବିଦାୟ ନେବା ଉପଲକ୍ଷରେ କରୁଣ ସ୍ୱରରେ କାନ୍ଦନ୍ତି। କେତେକ କରଣ, ଖଣ୍ଡାଏତଙ୍କ ଘରେ ବାଳିକାମାନେ ଏହି କାନ୍ଦଣାକୁ ବୟଃସ୍ଥାମାନଙ୍କଠାରୁ ଶିକ୍ଷା କରିବା ମଧ୍ୟ ଦେଖାଯାଏ, ଓ ଏହି କାନ୍ଦଣା ପ୍ରସଙ୍ଗରେ କନ୍ୟାମାନେ ଅନେକ ପୌରାଣିକ କଥା — (allusion)ଓ ଘଟନାମାନ ସୂଚନା କରନ୍ତି]