କାନ୍ଥଡ଼ା Kānthaṟḍ̠ā

  • ଦେ. ବି — ଭଙ୍ଗାକାନ୍ଥ — Dilapidated or ruined walls
  • ଦେ. ବି — ମହନ୍ତ ମହାରାଜ ଗୋଟିଏ କାନ୍ଥଡ଼ା ଉପରେ ବସି ଗଞ୍ଜେଇ ଟିପୁଥିଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି — ଭଙ୍ଗା ଘରର ଜୀର୍ଣ୍ଣ କାନ୍ଥ ଆଦି; ଭଗ୍ନ ଗୃହର ଜୀର୍ଣ୍ଣାବଶେଷ — The remains of a ruined house
  • ଦେ. ବି — ଅନ୍ଧକୂପ ବୋଲି ଗୋଟାଏ ଘରଥିଲେ ତାହାର କାନ୍ଥଡ଼ା ତ ଥାନ୍ତା। ନନ୍ଦେ, ଉତ୍କଳ ସାହିତ୍ୟ 3।8 । — ଅନ୍ଧକୂପ ବୋଲି ଗୋଟାଏ ଘରଥିଲେ ତାହାର କାନ୍ଥଡ଼ା ତ ଥାନ୍ତା ନନ୍ଦେ, ଉତ୍କଳ ସାହିତ୍ୟ38
  • ଦେ. ବିଣ — ଯେଉଁ ଘରର କାନ୍ଥ ଭାଙ୍ଗି ଗଲାଣି — (house) With dilapidated walls