କାଣ୍ଡବିଭା Kāṇḍabibhā

  • ଦେ. ବି. (ସଂ. କାଣ୍ଡ ଓ ବିବାହ) — ଓଡ଼ିଶାରେ ଶୂଦ୍ରଜାତୀୟା କନ୍ଯା ବିବାହ ପୂର୍ବରୁ ରଜୋବତୀ ହେଲେ ପ୍ରଥମେ ଗୋଟିଏ କାଣ୍ଡ ସଙ୍ଗେ ତାହାର ଯେଉଁ ବିବାହକ୍ରିଆ ସମ୍ପନ୍ନ ହୁଏ — The symbolical marriage of a matured Ṡūdra girl to an arrow before actual marriage with a bridegroom
  • ଦେ. ବି. (ସଂ. କାଣ୍ଡ ଓ ବିବାହ) — ଶୂଦ୍ର ବିଧବା ଅବିବାହିତ ପୁରୁଷକୁ ବିବାହ କରିବା କିମ୍ବା ଶୂଦ୍ର ମୃତଦାର ପୁରୁଷ ଅବିବାହିତା କନ୍ୟାକୁ ବିବାହ କରିବା ପୂର୍ବରୁ ଅବିବାହିତ ବ୍ଯକ୍ତି ପ୍ରଥମେ ଗୋଟିଏ କାଣ୍ଡ ସଙ୍ଗେ ବିବାହକ୍ରିଆ ଅଭିନୟ କରିବା ପ୍ରଥା — The symbolical marriage of a maiden-bride or a bachelor bridegroom with an arrow, before being married to a widower or a widow respectively
  • ପ୍ରାଦେ. (ଗଡ଼ଜାତ) ବି — ଶୂଦ୍ରମାନଙ୍କ ମଧ୍ୟରେ ଅରଜସ୍ଥା କନ୍ଯା ସଙ୍ଗେ ପଟେ କାଣ୍ଡକୁ ସାକ୍ଷୀ ରଖି ଜାତିର ଜଣେ ବୁଢ଼ା ସଙ୍ଗେ ଦିଆଯିବା ନାମମାତ୍ରବିବାହ — A nominal marriage of an unmatured Ṡūdra girl to an old man by installing an arrow as a witness
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଗଡ଼ଜାତରେ ଶୂଦ୍ର ବା ଚଷାମାନଙ୍କ ସମାଜରେ କନ୍ଯା ଋତୁମତୀ ହେବା ପୂର୍ବରୁ ତାହାପାଇଁ ବରପାତ୍ର ଘଟନା ନ ହେଲେ ପିଲାକନ୍ୟାକୁ ଜାତିର ଜଣେ ଅତି ବୃଦ୍ଧ ବ୍ଯକ୍ତି ସଙ୍ଗେ ନାମମାତ୍ର ବିବାହ କରାଇ ଦିଆଯାଏ ଓ ବିବାହ ବେଦିରେ ପଟେ କାଣ୍ଡକୁ ସାକ୍ଷୀରୂପେ ପୋତି ଦିଆଯାଏ। ଏହି ବିବାହକୁ କାଣ୍ଡବିଭା କହନ୍ତି। ବରେ ବରପାତ୍ର ମିଳିଲେ କନ୍ଯା ଋତୁମତୀ ହେବାପରେ ଉକ୍ତ ବର ସଙ୍ଗେ ପ୍ରକୃତ ବିବାହ ସମ୍ପନ୍ନ ହୁଏ। ଶୂଦ୍ରମାନଙ୍କର ଏ ପ୍ରଥା ପ୍ରତିବେଶୀ ବ୍ରାହ୍ମଣମାନଙ୍କ ସମାଜରେ ଚଳୁଥିବା ବାଳିକାବିବାହକୁ ଅନୁକରଣ କରିବାର ପ୍ରୟାସ ବୋଲି ଅନୁମିତ ହୁଏ। ଶୂଦ୍ରମାନଙ୍କ ସମାଜରେ ଯୁବତୀବିବାହ ପୌରାଣିକ ଯୁଗରୁ ଚଳି ଆସୁଥିବାର ନିଦର୍ଶନ ଅଛି ଓ ଅଧିକାଂଶ ଶୂଦ୍ର ସମାଜରେ ଯୁବତୀବିବାହ ପ୍ରଚଳିତ।]