କାଞ୍ଜିଗାତ Kān̄jigāta

  • ଦେ. ବି. — ଭୂମିରେ ବା ଖଣ୍ଡିଏ ପଟାରେ 2 ଧାଡ଼ିରେ 14 ଗୋଟି ଗାତ ବା ମଳା କରି ସେ ଗାତମାନଙ୍କ ମଧ୍ୟରୁ 12 ଟି ମଳାରେ 3 ଗଣ୍ଡା ଲେଖାଏଁ କାଇଁଚ ବା ଗୋଡ଼ି ବା ତିନ୍ତୁଳି, ଆତ ବା ବଉଳ ମଞ୍ଜିର ସାର ପକାଇ ସ୍ତ୍ରୀଲୋକମାନଙ୍କର ଖେଳିବାର ଏକପ୍ରକାର ଖେଳ — ଭୂମିରେ ବା ଖଣ୍ଡିଏ ପଟାରେ2ଧାଡ଼ିରେ14ଗୋଟି ଗାତ ବା ମଳା କରି ସେ ଗାତମାନଙ୍କ ମଧ୍ୟରୁ12ଟି ମଳାରେ3ଗଣ୍ଡା ଲେଖାଏଁ କାଇଁଚ ବା ଗୋଡ଼ି ବା ତିନ୍ତୁଳି, ଆତ ବା ବଉଳ ମଞ୍ଜିର ସାର ପକାଇ ସ୍ତ୍ରୀଲୋକମାନଙ୍କର ଖେଳିବାର ଏକପ୍ରକାର ଖେଳ—An indoor game played by females by distributing and redistributing 12 seeds in each of 2 rows of 7 holes each on the ground or on a plank
  • ଦେ. ବି. — [ଦ୍ର—ଗୋଟିଏ ଧାଡ଼ିରେ 7 ଟି ଗାତ ଥାଏ, କିନ୍ତୁ 6 ଟି ଗାତରେ 12 ଖଣ୍ଡି ଲେଖାଏଁ ସାର ରଖାଯାଏ; ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଳିର କାଞ୍ଜିଗାତ ବା ବୋଇତ। ସେଥିରେ କିଛି ସାର ନ ଥାଏ। ପ୍ରଥମେ ଜଣେ ଖେଳାଳି ଆପଣା ମନଇଚ୍ଛା ଗୋଟିଏ ଗଦାରୁ ସାରଯାକ ଉଠାଇ ଡାହାଣ ଆଡ଼କୁ ଥିବା ପ୍ରତି ଗାତରେ (କେବଳ ବିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଇଯାଏ। ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିବା ସବୁ ସାରଯାକ ନିଃଶେଷିତ ହୋଇଯାଏ, ତେବେ ସେ ମଲା। ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ଯ ଖେଳାଳିର ଗାତ ଅପେକ୍ଷା ବେଶି ସାର ଥିବାର ଦେଖାଯାଏ ତେବେ ସେ ଜିତେ। ତା ପରେ ଅନ୍ଯ ଖେଳାଳି ଖେଳେ।] — [ଦ୍ର—ଗୋଟିଏ ଧାଡ଼ିରେ7ଟି ଗାତ ଥାଏ, କିନ୍ତୁ6ଟି ଗାତରେ12ଖଣ୍ଡି ଲେଖାଏଁ ସାର ରଖାଯାଏ; ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଳିର କାଞ୍ଜିଗାତ ବା ବୋଇତ ସେଥିରେ କିଛି ସାର ନ ଥାଏ ପ୍ରଥମେ ଜଣେ ଖେଳାଳି ଆପଣା ମନଇଚ୍ଛା ଗୋଟିଏ ଗଦାରୁ ସାରଯାକ ଉଠାଇ ଡାହାଣ ଆଡ଼କୁ ଥିବା ପ୍ରତି ଗାତରେ (କେବଳ ବିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଇଯାଏ ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିବା ସବୁ ସାରଯାକ ନିଃଶେଷିତ ହୋଇଯାଏ, ତେବେ ସେ ମଲା ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ଯ ଖେଳାଳିର ଗାତ ଅପେକ୍ଷା ବେଶି ସାର ଥିବାର ଦେଖାଯାଏ ତେବେ ସେ ଜିତେ ତା ପରେ ଅନ୍ଯ ଖେଳାଳି ଖେଳେ]