କାଞ୍ଚି Kān̄chi

  • ସଂ. ବି. (କନ୍କ ଧାତୁ=ବନ୍ଧନ କରିବା; ଦୀପ୍ତିପାଇବା+କରଣ. ଇ) — ଘୁଙ୍ଗୁରଲଗା ଅଣ୍ଟାସୂତା; ମେଖଳା; କଟିସୂତ୍ର; ଗୋଠ — Waist-chain with tinkling bells; zone; girdle
  • ସଂ. ବି. (କନ୍କ ଧାତୁ=ବନ୍ଧନ କରିବା; ଦୀପ୍ତିପାଇବା+କରଣ. ଇ) — ବିଚଳିତ କାଞ୍ଚନ କଟକ କାଞ୍ଚ—ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. (କନ୍କ ଧାତୁ=ବନ୍ଧନ କରିବା; ଦୀପ୍ତିପାଇବା+କରଣ. ଇ) — (+କର୍ତ୍ତୃ. ଇ)— ଭାରତର କର୍ଣ୍ଣାଟଦେଶସ୍ଥ ନଗରୀବିଶେଷ (ଏହାର ଆଧୁନିକ ନାମ କାଞ୍ଜିଭେରମ୍) — Name of a town now called Canjeeveram the capital of a former king of Karṇṇāta in the Deccan on the banks of the Kāberī river
  • ସଂ. ବି. (କନ୍କ ଧାତୁ=ବନ୍ଧନ କରିବା; ଦୀପ୍ତିପାଇବା+କରଣ. ଇ) — [ଦ୍ର—ପୂର୍ବେ ଏହା ଦ୍ରାବିଡ଼ ରାଜ୍ୟର ରାଜଧାନୀ ଥିଲା। ଏହା ଗୋଟିଏ ତୀର୍ଥ; ଓଡ଼ିଶାର ସ୍ୱାଧୀନ ରାଜା ପୁରୁଷୋତ୍ତମ ଦେବ (ଖ୍ରୀ. 1479 — 154 ) ଏ ରାଜ୍ୟ ଜୟ କରି ରାଜଜେମା ପଦ୍ମାବତୀଙ୍କୁ ଆଣି ବିବାହ କରିଥିଲେ। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଏ କାଞ୍ଚି ରାଜାଙ୍କର ଜେମା ପଦ୍ମାବତୀଙ୍କୁ ପୁରୁଷୋତ୍ତମଦେବ ବିବାହ କରିବାର ପ୍ରସ୍ତାବ ହୋଇଥିଲା। ଓଡ଼ିଶାର ରାଜା ଜଗନ୍ନାଥ ଦେବଙ୍କ ରଥଯାତ୍ରା ସମୟରେ ଜଗନ୍ନାଥ ପହଣ୍ଡି ବିଜେ କରି ରଥକୁ ବିଜେ କରିବାବେଳେ ତାଙ୍କ ଆଗରେ ଛେରାପହରା (ଝାଡ଼ୁ କରିବା ଓ ପାଣି ଛିଞ୍ଚିବା) କରନ୍ତି। କାଞ୍ଚିରାଜ ଏହାକୁ ହାଡ଼ିର କାର୍ଯ୍ୟ ବୋଲି ମନେକରି ପୁରୁଷୋତ୍ତମଙ୍କୁ କନ୍ଯା ଦେବାକୁ ଅସ୍ୱୀକାର କଲେ। ପୁରୁଷୋତ୍ତମ ଦେବ ଏଥିରେ କ୍ରୁଦ୍ଧ ହୋଇ ପ୍ରତିଜ୍ଞା କଲେ ଯେ ସେ କାଞ୍ଚି ଆକ୍ରମଣ କରି ପଦ୍ମାବତୀଙ୍କୁ ଆଣି ଗୋଟିଏ ହାଡ଼ି ବା ଚାଣ୍ଡାଳ ସଙ୍ଗେ ବିବାହ କରାଇବେ। ପୁରୁଷୋତ୍ତମ ଦେବ ପ୍ରଥମେ ପରାଜିତ ହେଲେ; ମାତ୍ର ପରେ ଜଗନ୍ନାଥ ଦେବଙ୍କ ସ୍ୱପ୍ନାଦେଶ ଓ ସାହାଯ୍ୟ ଦ୍ୱାରା କାଞ୍ଚି ରାଜାଙ୍କୁ ପରାସ୍ତ କରି ପଦ୍ମାବତୀଙ୍କୁ ଆଣି ଚଣ୍ଡାଳକୁ ବିବାହ ଦେବାକୁ ବସିଥିଲେ; ମାତ୍ର ପରେ ମନ୍ତ୍ରୀଙ୍କ କୌଶଳରୁ ସ୍ନେହ ଓ ଦୟାପରବଶ ହୋଇ ନିଜେ ପଦ୍ମାବତୀଙ୍କ ବିବାହ କଲେ। କାଞ୍ଚି ନଗର ମାନ୍ଦ୍ରାଜର କିଞ୍ଚିତ ଦକ୍ଷିଣ—ପଶ୍ଚିମରେ ଅବସ୍ଥିତ। ବିଷ୍ଣୁ କାଞ୍ଚୀ ଓ ଶିବ କାଞ୍ଚୀ ନାମରେ କାଞ୍ଚୀପୁରୀ ଦୁଇ ଭାଗରେ ବିଭକ୍ତ। ଏହା ମୋକ୍ଷଦାୟିକା ସପ୍ତପୁରୀ ମଧ୍ୟରୁ ଏକତମ ବୋଲି ପୁରାଣରେ କଥିତ। ଯଥା—"ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚିରବନ୍ତିକା, ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ।" ପୁରୁଷୋତ୍ତମଙ୍କର କାଞ୍ଚି ବିଜୟ ଓ କାଞ୍ଚି ଜେମା ପଦ୍ମାବତୀଙ୍କ ସଙ୍ଗେ ବିବାହକୁ ଅବଲମ୍ବନ କରି ସ୍ୱର୍ଗୀୟ ରାମଶଙ୍କର ରାୟ 1880 ମସିହାରେ କାଞ୍ଚକାବେରୀ ବା ପଦ୍ମାବତୀ ନାଟକ ରଚନା କରିଥିଲେ। ଏହାହିଁ ଓଡ଼ିଶା ଭାଷାର ପ୍ରଥମ ନାଟକ ଏବଂ ଏ ନାଟକ 1881 ସାଲ ଫେବ୍ରୁଆରୀ ମାସରେ କଟକରେ ଅଭିନୀତ ହୋଇଥିଲା।] — [ଦ୍ର—ପୂର୍ବେ ଏହା ଦ୍ରାବିଡ଼ ରାଜ୍ୟର ରାଜଧାନୀ ଥିଲା ଏହା ଗୋଟିଏ ତୀର୍ଥ; ଓଡ଼ିଶାର ସ୍ୱାଧୀନ ରାଜା ପୁରୁଷୋତ୍ତମ ଦେବ (ଖ୍ରୀ.1479—154) ଏ ରାଜ୍ୟ ଜୟ କରି ରାଜଜେମା ପଦ୍ମାବତୀଙ୍କୁ ଆଣି ବିବାହ କରିଥିଲେ ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଏ କାଞ୍ଚି ରାଜାଙ୍କର ଜେମା ପଦ୍ମାବତୀଙ୍କୁ ପୁରୁଷୋତ୍ତମଦେବ ବିବାହ କରିବାର ପ୍ରସ୍ତାବ ହୋଇଥିଲା ଓଡ଼ିଶାର ରାଜା ଜଗନ୍ନାଥ ଦେବଙ୍କ ରଥଯାତ୍ରା ସମୟରେ ଜଗନ୍ନାଥ ପହଣ୍ଡି ବିଜେ କରି ରଥକୁ ବିଜେ କରିବାବେଳେ ତାଙ୍କ ଆଗରେ ଛେରାପହରା (ଝାଡ଼ୁ କରିବା ଓ ପାଣି ଛିଞ୍ଚିବା) କରନ୍ତି କାଞ୍ଚିରାଜ ଏହାକୁ ହାଡ଼ିର କାର୍ଯ୍ୟ ବୋଲି ମନେକରି ପୁରୁଷୋତ୍ତମଙ୍କୁ କନ୍ଯା ଦେବାକୁ ଅସ୍ୱୀକାର କଲେ ପୁରୁଷୋତ୍ତମ ଦେବ ଏଥିରେ କ୍ରୁଦ୍ଧ ହୋଇ ପ୍ରତିଜ୍ଞା କଲେ ଯେ ସେ କାଞ୍ଚି ଆକ୍ରମଣ କରି ପଦ୍ମାବତୀଙ୍କୁ ଆଣି ଗୋଟିଏ ହାଡ଼ି ବା ଚାଣ୍ଡାଳ ସଙ୍ଗେ ବିବାହ କରାଇବେ ପୁରୁଷୋତ୍ତମ ଦେବ ପ୍ରଥମେ ପରାଜିତ ହେଲେ; ମାତ୍ର ପରେ ଜଗନ୍ନାଥ ଦେବଙ୍କ ସ୍ୱପ୍ନାଦେଶ ଓ ସାହାଯ୍ୟ ଦ୍ୱାରା କାଞ୍ଚି ରାଜାଙ୍କୁ ପରାସ୍ତ କରି ପଦ୍ମାବତୀଙ୍କୁ ଆଣି ଚଣ୍ଡାଳକୁ ବିବାହ ଦେବାକୁ ବସିଥିଲେ; ମାତ୍ର ପରେ ମନ୍ତ୍ରୀଙ୍କ କୌଶଳରୁ ସ୍ନେହ ଓ ଦୟାପରବଶ ହୋଇ ନିଜେ ପଦ୍ମାବତୀଙ୍କ ବିବାହ କଲେ କାଞ୍ଚି ନଗର ମାନ୍ଦ୍ରାଜର କିଞ୍ଚିତ ଦକ୍ଷିଣ—ପଶ୍ଚିମରେ ଅବସ୍ଥିତ ବିଷ୍ଣୁ କାଞ୍ଚୀ ଓ ଶିବ କାଞ୍ଚୀ ନାମରେ କାଞ୍ଚୀପୁରୀ ଦୁଇ ଭାଗରେ ବିଭକ୍ତ ଏହା ମୋକ୍ଷଦାୟିକା ସପ୍ତପୁରୀ ମଧ୍ୟରୁ ଏକତମ ବୋଲି ପୁରାଣରେ କଥିତ ଯଥା—"ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚିରବନ୍ତିକା, ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ" ପୁରୁଷୋତ୍ତମଙ୍କର କାଞ୍ଚି ବିଜୟ ଓ କାଞ୍ଚି ଜେମା ପଦ୍ମାବତୀଙ୍କ ସଙ୍ଗେ ବିବାହକୁ ଅବଲମ୍ବନ କରି ସ୍ୱର୍ଗୀୟ ରାମଶଙ୍କର ରାୟ1880ମସିହାରେ କାଞ୍ଚକାବେରୀ ବା ପଦ୍ମାବତୀ ନାଟକ ରଚନା କରିଥିଲେ ଏହାହିଁ ଓଡ଼ିଶା ଭାଷାର ପ୍ରଥମ ନାଟକ ଏବଂ ଏ ନାଟକ1881ସାଲ ଫେବ୍ରୁଆରୀ ମାସରେ କଟକରେ ଅଭିନୀତ ହୋଇଥିଲା]
  • ପ୍ରାଦେ. (ମେଦିନୀପୁର; ତୁଳ. ବଂ. କାଁଚୀ) ବି. — କଇଁଚି; କତୁରୀ — Scissors
  • ପ୍ରାଦେ. (ମେଦିନୀପୁର; ତୁଳ. ବଂ. କାଁଚୀ) ବି. — (ସମ୍ବଲପୁର) ବି.—କାଁଚି; ମାଟିର କ୍ଷୁଦ୍ର ଗିନା — A small earthen cup
  • ପ୍ରାଦେ. (ମେଦିନୀପୁର; ତୁଳ. ବଂ. କାଁଚୀ) ବି. — (ସମ୍ବଲପୁର) ବି.— ଏକ ଫାଳ ନଡ଼ିଆ ଷଢ଼େଇ — One half of a cocoanut; cocoanut-shell