କାଚ Kācha

  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — ବାଲି ଓ କ୍ଷାରରୁ ଅଗ୍ନିସଂଯୋଗରେ ଉତ୍ପନ୍ନ ସ୍ୱଚ୍ଛ ଦ୍ରବ୍ୟ — Glass; crystal
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — କାଚମଣି; ମଣିବିଶେଷ — Name of a transparent stone; crystals of quartz
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — [ଦ୍ର—ଭାବପ୍ରକାଶ ଗ୍ରନ୍ଥରେ କାଚକୁ ଉପରତ୍ନ ବୋଲାଯାଇଅଛି। ପ୍ରାଚୀନ ଭାରତୀୟ ହିନ୍ଦୁମାନେ କାଚ ସମ୍ବନ୍ଧରେ ଅନଭିଜ୍ଞ ନ ଥିଲେ। ଅନ୍ତତଃ 3000 ବର୍ଷ ପୂର୍ବେ ହିନ୍ଦୁମାନେ କାଚର ବ୍ଯବହାର ଜାଣିଥିଲେ। ପଞ୍ଚତନ୍ତ୍ରରେ ଅଛି, '( 1 ) କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ୟୁତିଂ; ( 2 ) ଆକରେ ପଦ୍ମରାଗାଣାଂ ଜନ୍ମ କାଚମଣେଃ କୁତଃ'। ( 3 ) ସୁଶ୍ରୁତନାମକ ବୈଦ୍ଯକଗ୍ରନ୍ଥରେ ଜଳ, ସରବତ୍ ଓ ମଦ୍ୟାଦି ମୃଣ୍ମୟପାତ୍ର, କାଚପାତ୍ର ଓ ସ୍ଫଟିକପାତ୍ରରେ ଦେବାର ଉପଦେଶ ଅଛି। କାଚ କ୍ଷାର ବା ପାଉଁଶରୁ ପ୍ରସ୍ତୁତ ହେଉଥିବାର ମଧ୍ୟ ପ୍ରମାଣ ମିଳେ। 'ମେଦିନୀ' ନାମକ ଶଦ୍ଦକୋଷରେ ଲେଖା ଅଛି, 'ଲବଣ ଓ କାଚ' ଅର୍ଥରେ କ୍ଷାର ଶଦ୍ଦ ପୁଂଲିଙ୍ଗ। ଚନ୍ଦ୍ରଗୁପ୍ତଙ୍କ ସମ— ସାମୟିକ ବାତ୍ସ୍ୟାୟନ ମୁନିଙ୍କର ନ୍ଯାୟସୂତ୍ରର ବ୍ୟାଖ୍ୟାରେ ମଧ୍ୟ 'କାଚ'ର ଉଲ୍ଲେଖ ଅଛି।] — [ଦ୍ର—ଭାବପ୍ରକାଶ ଗ୍ରନ୍ଥରେ କାଚକୁ ଉପରତ୍ନ ବୋଲାଯାଇଅଛି ପ୍ରାଚୀନ ଭାରତୀୟ ହିନ୍ଦୁମାନେ କାଚ ସମ୍ବନ୍ଧରେ ଅନଭିଜ୍ଞ ନ ଥିଲେ ଅନ୍ତତଃ3000ବର୍ଷ ପୂର୍ବେ ହିନ୍ଦୁମାନେ କାଚର ବ୍ଯବହାର ଜାଣିଥିଲେ ପଞ୍ଚତନ୍ତ୍ରରେ ଅଛି, '(1) କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ୟୁତିଂ; (2) ଆକରେ ପଦ୍ମରାଗାଣାଂ ଜନ୍ମ କାଚମଣେଃ କୁତଃ' (3) ସୁଶ୍ରୁତନାମକ ବୈଦ୍ଯକଗ୍ରନ୍ଥରେ ଜଳ, ସରବତ୍ ଓ ମଦ୍ୟାଦି ମୃଣ୍ମୟପାତ୍ର, କାଚପାତ୍ର ଓ ସ୍ଫଟିକପାତ୍ରରେ ଦେବାର ଉପଦେଶ ଅଛି କାଚ କ୍ଷାର ବା ପାଉଁଶରୁ ପ୍ରସ୍ତୁତ ହେଉଥିବାର ମଧ୍ୟ ପ୍ରମାଣ ମିଳେ 'ମେଦିନୀ' ନାମକ ଶଦ୍ଦକୋଷରେ ଲେଖା ଅଛି, 'ଲବଣ ଓ କାଚ' ଅର୍ଥରେ କ୍ଷାର ଶଦ୍ଦ ପୁଂଲିଙ୍ଗ ଚନ୍ଦ୍ରଗୁପ୍ତଙ୍କ ସମ— ସାମୟିକ ବାତ୍ସ୍ୟାୟନ ମୁନିଙ୍କର ନ୍ଯାୟସୂତ୍ରର ବ୍ୟାଖ୍ୟାରେ ମଧ୍ୟ 'କାଚ'ର ଉଲ୍ଲେଖ ଅଛି]
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — ନେତ୍ରରୋଗବିଶେଷ; ପରଳ ରୋଗ — A disease of the eye
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — ମହମ; ମହଣ — Wax
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — କୃଷ୍ଣବର୍ଣ୍ଣ ଲବଣ — Black salt
  • ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+ କରଣ. ଅ) — ଶିକ୍ୟ; ଶିକା — A contrivance of ropes for suspending things from a thatch or roof
  • ଦେ. ବି. — ସ୍ତ୍ରୀଲୋକ ହାତରେ ପିନ୍ଧିବା କାଚନିର୍ମିତ ଶଙ୍ଖା — Glass bangle
  • ଦେ. ବି. — ସ୍ତ୍ରୀଲୋକମାନେ ହାତରେ ପିନ୍ଧିବା ଧାତୁର ସରୁ ଅଳଙ୍କାର — Bangle
  • ପ୍ରାଦେ. (ଗଞ୍ଜାମ) ବି. — କାଚକୁମ୍ପି; ବୋତଲ — Bottle
  • ପ୍ରାଦେ. (ସମ୍ବଲପୁର) ବି. — ଦେବତାଙ୍କ କର୍ମରେ ବ୍ଯବହୃତ ସାନ କରିଆ ଲୁଗା — A small cloth for an idol