କାଇ Kāi

  • ଦେ. ବି — ଗଛରେ ଥିବା ନାଲି ଜନ୍ଦା — A big red ant frequenting mango trees
  • ଦେ. ବି — ସେ ସିନାଟି ପର ଆମ୍ବ ତୋଲଇ, କାଇ କାମଡ଼ାକୁ ଯେ ପାରେ ସହି— ଗୋପୀନାଥ—ଡାକବଚନ।
  • ଦେ. ବି — [ଦ୍ର—କାଇମାନେ ଜନ୍ଦାଙ୍କ ପରି ଆକୃତିବିଶିଷ୍ଟ କିନ୍ତୁ ନାଲିଆ। ଏମାନେ ଜାମୁ ଓ ଆମ୍ବ ଆଦି ଗଛରେ ଥାଆନ୍ତି ଓ ଅଠାଦ୍ୱାରା ଆମ୍ବ— ପତ୍ରମାନଙ୍କୁ ଯୋଡ଼ି ଥଳି ବା ମୁଣି ପରି କରି ସେଥିରେ ବସା କରି ରହନ୍ତି। ଏମାନଙ୍କ କାମୁଡ଼ା ଭାରି ଯନ୍ତ୍ରଣାପ୍ରଦ। ଲୋକେ କାଇମାନଙ୍କ ଡିମ୍ବକୁ ବନିଶୀ ପାଇଁ ଚାରା କରି ବନିଶୀକଣ୍ଟାରେ ଫୋଡ଼ି ମାଛ ଧରନ୍ତି।]
  • ଦେ. ବି — କାଇମାଟି; ପୀତବର୍ଣ୍ଣ ମୃତ୍ତିକାବିଶେଷ — Fullers earth
  • ଦେ. ବି — [ଦ୍ର—ବଙ୍ଗ ଦେଶରେ ହାଣ୍ଡି ଆଦିରେ କାଇମାଟିର ପୋଛ ଦେଇ ପୋଡ଼ିବାରୁ ହାଣ୍ଡିକୁଣ୍ଢେଇ ନାଲିଆ ହୁଏ। ଏ ମାଟିରେ ଲୁହାର ଅଂଶ ଅଛି।
  • ଦେ. ବି — ସାଜିମାଟି — Impure carbonate of soda; natron
  • ଦେ. ବି — [ଦ୍ର—ଏ ମାଟିରେ ସୋଡ଼ାର ଅଂଶ ଥିବାରୁ ଏଥିରେ ଲୁଗା— ଆଦି ବୁଡ଼ାଇ ପାଣିରେ କାଚିସଫା କରାଯାଏ।]
  • ପ୍ରାଦେ. (ମେଦିନୀପୁର) ସର୍ବନାମ — କେଉଁଠାରେ; କାହିଁ — Where
  • ପ୍ରାଦେ (ବସ୍ତର) ସର୍ବନାମ — କଣ; କିସ — What