କହୁଣିବା Kahuṇibā
- ଦେ. କ୍ରି. (ସଂ. କଫୋଣି) — କହୁଣୀ ଠେଁସ ଦେଇ ଆଉଜି କରି ବସିବା — To sit with arms akimbo
- ଦେ. କ୍ରି. (ସଂ. କଫୋଣି) — ଜନଗହଳ ମଧ୍ୟରେ ଦୁଇ କହୁଣୀ ସାହାଯ୍ୟରେ ଲୋକ ଆଡ଼େଇବା — To elbow one's way in a crowd
- ଦେ. କ୍ରି. (ସଂ. କଫୋଣି) — କହୁଣୀ ଭରା ଦେଇ ଶୋଇବା ଅବସ୍ଥାରୁ ଉଠି ବସିବା — To get up from a sleeping position with the help of the elbows