କସ୍ତୂରୀମୃଗ Kastūrimṛuga

  • ସଂ. ବି. (ମଧ୍ୟପଦଲୋପୀ; କସ୍ତୂରୀଯୁକ୍ତ ମୃଗ) — ଯେଉଁ ମୃଗର ନାଭିରୁ ମୃଗନାଭି ବା କସ୍ତୁରୀ ବାହାରେ — Musk-deer
  • ସଂ. ବି. (ମଧ୍ୟପଦଲୋପୀ; କସ୍ତୂରୀଯୁକ୍ତ ମୃଗ) — [ଦ୍ର—କସ୍ତୁରୀମୃଗ ହିମାଳୟରେ 8 ହଜାରରୁ 12 ହଜାର ଫୁଟ ଉଚ୍ଚ ପାର୍ବତ୍ୟ ପ୍ରଦେଶରେ ତିବ୍ୱତ୍, ମଧ୍ୟଆସିଆ, ସାଇବେରିଆ ଆଦି ଶୀତପ୍ରଧାନ ଉଚ୍ଚ ପାର୍ବତ୍ୟ ଦେଶରେ ବିଚରଣ କରେ। ଏ ମୃଗ ଖୁବ୍ କୁଦା ମାରିପାରେ ଏବଂ ଖୁବ୍ ଦ୍ରୁତଗାମୀ। ଏ ଦେଖିବାକୁ କୁକୁର ପରି ଓ ରାତ୍ରିଚର। ଅଣ୍ଡିରା ମୃଗର ନାଭି ପାଖରେ ଗୋଟିଏ ଗୋଟାଳିଆ ଚମ ମୁଣା ଥାଏ। ଶିକାରିମାନେ ଏ ମୃଗକୁ ମାରି ଏହାର ନାଭି ପାଖରୁ କସ୍ତୁରୀ ଥିବା ମୁଣିଟି କାଟି ଆଣନ୍ତି। ମୁଣି କୁକୁଡ଼ା ଅଣ୍ଡାର ଆକୃତିବିଶିଷ୍ଟ। ଏ ମୃଗ ମାଘ ମାସରେ ଯୋଡ଼ ଖାଆନ୍ତି। ସେହି ଋତୁରେ ଅଣ୍ଡିରା ମୃଗର ନାଭିସଂଲଗ୍ନ ମୁଣାରେ ବେଶି ପରିମାଣରେ କସ୍ତୁରୀ ଥାଏ। ହି. ଶବ୍ଦସାଗର।] — [ଦ୍ର—କସ୍ତୁରୀମୃଗ ହିମାଳୟରେ8ହଜାରରୁ12ହଜାର ଫୁଟ ଉଚ୍ଚ ପାର୍ବତ୍ୟ ପ୍ରଦେଶରେ ତିବ୍ୱତ୍, ମଧ୍ୟଆସିଆ, ସାଇବେରିଆ ଆଦି ଶୀତପ୍ରଧାନ ଉଚ୍ଚ ପାର୍ବତ୍ୟ ଦେଶରେ ବିଚରଣ କରେ ଏ ମୃଗ ଖୁବ୍ କୁଦା ମାରିପାରେ ଏବଂ ଖୁବ୍ ଦ୍ରୁତଗାମୀ ଏ ଦେଖିବାକୁ କୁକୁର ପରି ଓ ରାତ୍ରିଚର ଅଣ୍ଡିରା ମୃଗର ନାଭି ପାଖରେ ଗୋଟିଏ ଗୋଟାଳିଆ ଚମ ମୁଣା ଥାଏ ଶିକାରିମାନେ ଏ ମୃଗକୁ ମାରି ଏହାର ନାଭି ପାଖରୁ କସ୍ତୁରୀ ଥିବା ମୁଣିଟି କାଟି ଆଣନ୍ତି ମୁଣି କୁକୁଡ଼ା ଅଣ୍ଡାର ଆକୃତିବିଶିଷ୍ଟ ଏ ମୃଗ ମାଘ ମାସରେ ଯୋଡ଼ ଖାଆନ୍ତି ସେହି ଋତୁରେ ଅଣ୍ଡିରା ମୃଗର ନାଭିସଂଲଗ୍ନ ମୁଣାରେ ବେଶି ପରିମାଣରେ କସ୍ତୁରୀ ଥାଏ ହି. ଶବ୍ଦସାଗର]