କଳିଙ୍ଗ Kaḻiṇga

  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ଭାରତର ପ୍ରାଚୀନ ଦେଶବିଶେଷ—ବୈତରଣୀ ନଦୀଠାରୁ ଦକ୍ଷିଣକୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ପ୍ରାଚୀନ ରାଜ୍ୟ — Name of an ancient kingdom in the East Coromandel coast extending from the river Ba̲i̱taraṇī to the Godābarī river
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — [ଦ୍ର— ଉତ୍କଳ କଳିଙ୍ଗ ରାଜ୍ୟର ଅନ୍ତର୍ଗତ ଥିବା ଓ କଳିଙ୍ଗ ରାଜାଙ୍କର ଅନେକ ହାତୀ ଥିବା ମହାଭାରତରୁ ଜଣାପଡ଼େ। ମହାଭାରତର ଆଦିପର୍ବରେ ଅଛି ଯେ ଦୀର୍ଘତମା ଋଷିଙ୍କ ଔରସରେ ବଳୀଙ୍କର ସ୍ତ୍ରୀ ସୁଦେଷ୍ଣାଙ୍କ ଗର୍ଭରୁ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୂହ୍ମ ଏହି 5 ପୁଅ ଜନ୍ମି 5 ଟି ପ୍ରଦେଶରେ ରାଜା ହୋଇଥିଲେ ଓ ସେମାନଙ୍କ ନାମାନୁସାରେ ଏ ରାଜ୍ୟମାନଙ୍କ ନାମକରଣ ହୋଇଥିଲା। ପୁରାଣମାନଙ୍କରେ ଅଙ୍ଗ, ବଙ୍ଗ ଓ କଳିଙ୍ଗ ରାଜ୍ୟ ଏକସଙ୍ଗେ ବର୍ଣ୍ଣିତ ହୋଇଅଛି। ଅନୁମାନ କରାଯାଏ ଯେ ଏ ରାଜ୍ୟମାନ ପରସ୍ପର ଲଗାଲଗି ଥିଲା। ପୁରାଣମାନଙ୍କରେ କଳିଙ୍ଗ ରାଜ୍ୟରେ ବୈତରଣୀ ନଦୀ ଥିବାର ଦେଖାଯାଏ। ଖାରବେଳଙ୍କ ଶିଳାଲିପିରୁ କଳିଙ୍ଗ ଗଙ୍ଗାର ଦକ୍ଷିଣରେ ଥିବା ଅନୁମିତ ହୁଏ। କେହି କେହି ଅନୁମାନ କରନ୍ତି ଯେ ଆଧୁନିକ ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କଟକ ଓ ବାଲେଶ୍ୱର ଜିଲା ପ୍ରାଚୀନକାଳରେ କଳିଙ୍ଗ ନାମରେ ଅଭିହିତ ହେଉଥିଲା। କାଳିଦାସଙ୍କ ରଘୁବଂଶରେ ଦେଖାଯାଏ ଯେ ରଘୁଙ୍କ ସୈନ୍ୟମାନେ କପିଶା (ମେଦିନୀପୁରର କଂସାଇ ନଦୀ) ପାର ହେବା ପରେ ଉତ୍କଳୀୟମାନେ ସେମାନଙ୍କୁ କଳିଙ୍ଗ ଆଡ଼କୁ ବାଟ ଦେଖାଇ ଦେଇଥିଲେ ଓ ରଘୁଙ୍କ ସୈନ୍ୟମାନେ ଗଞାମର ମହେନ୍ଦ୍ର ପର୍ବତ ନିକଟରେ କଳିଙ୍ଗ ରାଜାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ। ଯଯାତିଙ୍କ ଶାସନପତ୍ରରୁ ଜଣାଯାଏ ଯେ କଳିଙ୍ଗ ରାଜ୍ୟ ଉତ୍କଳ, କୋଙ୍ଗଦ ଓ କଳିଙ୍ଗ ଏହି 3 ଟି ରାଜ୍ୟ ଘେନି ଗଢ଼ା ଯାଇଥିଲା ଓ ଏହାକୁ ତ୍ରିକଳିଙ୍ଗ କୁହାଯାଇଥିଲା ଏବଂ ଯଯାତିଙ୍କ ପୂର୍ବପୁରୁଷମାନଙ୍କ ଉପାଧି ତ୍ରିକଳିଙ୍ଗାଧିପତି ଥିଲା। — [ଦ୍ର— ଉତ୍କଳ କଳିଙ୍ଗ ରାଜ୍ୟର ଅନ୍ତର୍ଗତ ଥିବା ଓ କଳିଙ୍ଗ ରାଜାଙ୍କର ଅନେକ ହାତୀ ଥିବା ମହାଭାରତରୁ ଜଣାପଡ଼େ ମହାଭାରତର ଆଦିପର୍ବରେ ଅଛି ଯେ ଦୀର୍ଘତମା ଋଷିଙ୍କ ଔରସରେ ବଳୀଙ୍କର ସ୍ତ୍ରୀ ସୁଦେଷ୍ଣାଙ୍କ ଗର୍ଭରୁ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୂହ୍ମ ଏହି 5 ପୁଅ ଜନ୍ମି 5 ଟି ପ୍ରଦେଶରେ ରାଜା ହୋଇଥିଲେ ଓ ସେମାନଙ୍କ ନାମାନୁସାରେ ଏ ରାଜ୍ୟମାନଙ୍କ ନାମକରଣ ହୋଇଥିଲା ପୁରାଣମାନଙ୍କରେ ଅଙ୍ଗ, ବଙ୍ଗ ଓ କଳିଙ୍ଗ ରାଜ୍ୟ ଏକସଙ୍ଗେ ବର୍ଣ୍ଣିତ ହୋଇଅଛି ଅନୁମାନ କରାଯାଏ ଯେ ଏ ରାଜ୍ୟମାନ ପରସ୍ପର ଲଗାଲଗି ଥିଲା ପୁରାଣମାନଙ୍କରେ କଳିଙ୍ଗ ରାଜ୍ୟରେ ବୈତରଣୀ ନଦୀ ଥିବାର ଦେଖାଯାଏ ଖାରବେଳଙ୍କ ଶିଳାଲିପିରୁ କଳିଙ୍ଗ ଗଙ୍ଗାର ଦକ୍ଷିଣରେ ଥିବା ଅନୁମିତ ହୁଏ କେହି କେହି ଅନୁମାନ କରନ୍ତି ଯେ ଆଧୁନିକ ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କଟକ ଓ ବାଲେଶ୍ୱର ଜିଲା ପ୍ରାଚୀନକାଳରେ କଳିଙ୍ଗ ନାମରେ ଅଭିହିତ ହେଉଥିଲା କାଳିଦାସଙ୍କ ରଘୁବଂଶରେ ଦେଖାଯାଏ ଯେ ରଘୁଙ୍କ ସୈନ୍ୟମାନେ କପିଶା (ମେଦିନୀପୁରର କଂସାଇ ନଦୀ) ପାର ହେବା ପରେ ଉତ୍କଳୀୟମାନେ ସେମାନଙ୍କୁ କଳିଙ୍ଗ ଆଡ଼କୁ ବାଟ ଦେଖାଇ ଦେଇଥିଲେ ଓ ରଘୁଙ୍କ ସୈନ୍ୟମାନେ ଗଞାମର ମହେନ୍ଦ୍ର ପର୍ବତ ନିକଟରେ କଳିଙ୍ଗ ରାଜାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ ଯଯାତିଙ୍କ ଶାସନପତ୍ରରୁ ଜଣାଯାଏ ଯେ କଳିଙ୍ଗ ରାଜ୍ୟ ଉତ୍କଳ, କୋଙ୍ଗଦ ଓ କଳିଙ୍ଗ ଏହି3ଟି ରାଜ୍ୟ ଘେନି ଗଢ଼ା ଯାଇଥିଲା ଓ ଏହାକୁ ତ୍ରିକଳିଙ୍ଗ କୁହାଯାଇଥିଲା ଏବଂ ଯଯାତିଙ୍କ ପୂର୍ବପୁରୁଷମାନଙ୍କ ଉପାଧି ତ୍ରିକଳିଙ୍ଗାଧିପତି ଥିଲା
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ବିନାୟକ ମିଶ୍ର—ଓଡ଼ିଆ ଭାଷାର ଇତିହାସ। ଖ୍ରୀଷ୍ଟପୂର୍ବ 2 ୟ ବା 3 ୟ ଶତାବ୍ଦୀଠାରୁ କଳିଙ୍ଗବାସୀମାନେ ପାରସ୍ୟ, ଚୀନ, ତିବ୍ୱତ, ବ୍ରହ୍ମ, ଆସାମ, ଶ୍ୟାମ, ଯାବା, ବାଲି ଓ ଇଣ୍ଡୋନେସିଆ (ପୂର୍ବଭାରତୀୟ ଦ୍ୱୀପପୁ଼ଞ୍ଜ) ଆଦିରେ ବସତି ସ୍ଥାପନ କରି ସେଠାରେ କଳିଙ୍ଗ ସଭ୍ୟତା ଓ ଶିଳ୍ପ ବିସ୍ତାର କରିଥିବାର ପ୍ରମାଣ ତତ୍ତତ୍ ଦେଶର ଭଗ୍ନାବଶେଷ, ପ୍ରସ୍ତରଖୋଦିତ ମୂର୍ତ୍ତି ଓ ମନ୍ଦିରମାନଙ୍କରୁ ବର୍ତ୍ତମାନ ମିଳୁଅଛି। ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥାନ ଅଞ୍ଚଳରେ ମଧ୍ୟ କଳିଙ୍ଗ ଶିଳ୍ପର ଭଗ୍ନାବଶେଷ ଦେଖାଯାଏ। ରାମାୟଣ, ମହାଭାରତର ଘଟନାମାନ, ଶିବ, ବ୍ରହ୍ମା, ଦୁର୍ଗା, ବିଷ୍ଣୁ ଓ ଗଣେଶ ମୂର୍ତ୍ତିମାନ କଳିଙ୍ଗଶିଳ୍ପପ୍ରସୂତ ପ୍ରାଚୀନ ମନ୍ଦିରମାନଙ୍କ ଭଗ୍ନାବଶେଷରେ ଦେଖାଯାଏ। ଯେଉଁ ସମୟରେ ଭୁବନେଶ୍ୱର ଓ କୋଣାର୍କ ମନ୍ଦିରମାନ ତିଆରି ହୋଇଥିଲା ସେହି ସମୟରେ ଯାବା, ବାଲି ଆଦି ଦ୍ୱୀପରେ କଳିଙ୍ଗଶିଳ୍ପମାନ ଖୋଦିତ ହେବାର ଅନମିତ ହୁଏ—ଜଗବନ୍ଧୁ, ପ୍ରାଚୀନଉତ୍କଳ।] — ବିନାୟକ ମିଶ୍ର—ଓଡ଼ିଆ ଭାଷାର ଇତିହାସ ଖ୍ରୀଷ୍ଟପୂର୍ବ2ୟ ବା3ୟ ଶତାବ୍ଦୀଠାରୁ କଳିଙ୍ଗବାସୀମାନେ ପାରସ୍ୟ, ଚୀନ, ତିବ୍ୱତ, ବ୍ରହ୍ମ, ଆସାମ, ଶ୍ୟାମ, ଯାବା, ବାଲି ଓ ଇଣ୍ଡୋନେସିଆ (ପୂର୍ବଭାରତୀୟ ଦ୍ୱୀପପୁ଼ଞ୍ଜ) ଆଦିରେ ବସତି ସ୍ଥାପନ କରି ସେଠାରେ କଳିଙ୍ଗ ସଭ୍ୟତା ଓ ଶିଳ୍ପ ବିସ୍ତାର କରିଥିବାର ପ୍ରମାଣ ତତ୍ତତ୍ ଦେଶର ଭଗ୍ନାବଶେଷ, ପ୍ରସ୍ତରଖୋଦିତ ମୂର୍ତ୍ତି ଓ ମନ୍ଦିରମାନଙ୍କରୁ ବର୍ତ୍ତମାନ ମିଳୁଅଛି ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥାନ ଅଞ୍ଚଳରେ ମଧ୍ୟ କଳିଙ୍ଗ ଶିଳ୍ପର ଭଗ୍ନାବଶେଷ ଦେଖାଯାଏ ରାମାୟଣ, ମହାଭାରତର ଘଟନାମାନ, ଶିବ, ବ୍ରହ୍ମା, ଦୁର୍ଗା, ବିଷ୍ଣୁ ଓ ଗଣେଶ ମୂର୍ତ୍ତିମାନ କଳିଙ୍ଗଶିଳ୍ପପ୍ରସୂତ ପ୍ରାଚୀନ ମନ୍ଦିରମାନଙ୍କ ଭଗ୍ନାବଶେଷରେ ଦେଖାଯାଏ ଯେଉଁ ସମୟରେ ଭୁବନେଶ୍ୱର ଓ କୋଣାର୍କ ମନ୍ଦିରମାନ ତିଆରି ହୋଇଥିଲା ସେହି ସମୟରେ ଯାବା, ବାଲି ଆଦି ଦ୍ୱୀପରେ କଳିଙ୍ଗଶିଳ୍ପମାନ ଖୋଦିତ ହେବାର ଅନମିତ ହୁଏ—ଜଗବନ୍ଧୁ, ପ୍ରାଚୀନଉତ୍କଳ]
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ପ୍ରାଚୀନ କଳିଙ୍ଗ ରାଜ୍ୟର ରାଜଧାନୀ — The capital of the ancient kingdom of Kaḻiṅga
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — [ଦ୍ର—ହୁଏନସାଙ୍କ ମତରେ କଳିଙ୍ଗ ଗଞାମଠାରୁ 200 ବା 300 ମାଇଲ ଦୂରରେ ଅବସ୍ଥିତ। ଶ୍ରୀକାକୋଲ ବା ଚିକାକୋଲ କଳିଙ୍ଗର ରାଜଧାନୀ ଥିଲା। ହରିବଂଶରୁ ଜଣାଯାଏ ଯେ କଳିଙ୍ଗ ତ୍ରାମ୍ରଲିପ୍ତ ନିକଟରେ ଥିଲା। ଜଗବନ୍ଧୁ, ପ୍ରାଚୀନ ଉତ୍କଳ।] — [ଦ୍ର—ହୁଏନସାଙ୍କ ମତରେ କଳିଙ୍ଗ ଗଞାମଠାରୁ200ବା300ମାଇଲ ଦୂରରେ ଅବସ୍ଥିତ ଶ୍ରୀକାକୋଲ ବା ଚିକାକୋଲ କଳିଙ୍ଗର ରାଜଧାନୀ ଥିଲା ହରିବଂଶରୁ ଜଣାଯାଏ ଯେ କଳିଙ୍ଗ ତ୍ରାମ୍ରଲିପ୍ତ ନିକଟରେ ଥିଲା ଜଗବନ୍ଧୁ, ପ୍ରାଚୀନ ଉତ୍କଳ]
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — କଳିଙ୍ଗ ଦେଶୀୟ ଲୋକ — The people of Kaḻiṅga country
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — କଳିଙ୍ଗ ରାଜ୍ୟର ସ୍ଥାପୟିତା; ଦୀର୍ଘତମା ଓ ସୁଦେଷ୍ଣାଙ୍କ ପୁତ୍ର; ବଳି — The founder of the kingdom of Kaḻiṅga
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — କଳିଙ୍ଗ ଦେଶର ରାଜା — The king of the ancient kingdom of Kaḻiṅga
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ମସ୍ତକଚୂଡ଼ ପକ୍ଷୀ; ମୁନିଆ ଚଢ଼େଇ — A small bird; Munia; Forktailed Shrike (M.W.) Uroloncha Malabarica
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — କୂଟଜ; ପିତାକୋରୁଆଲତା, ଗିରିମଲ୍ଲିକା — A creeper; Wrightia Antidysenterica
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ପୂତିକରଞ୍ଜ ଗଛ; କଟୁକରଞ୍ଜ ବା ବରିପୋଲଗଛ; ଗିଲ ଗଛ — Caesalpania bonducella (tree)
  • ସଂ. ବି. (କଳି+ଗମ୍+କର୍ତ୍ତୃ. ଅ) — ଶିରୀଷ ଗଛ — A tree; Acacia Sirissa