କଳି ଧରିବା Kaḻi dharibā

  • ଦେ. କ୍ରି. (ସଂ. କବଳ+ଧୃ ଧାତୁ) — ରୋଗବେଳେ ଗୋରୁଙ୍କୁ ଔଷଧ ଖୁଆଇବା ପାଇଁ ସେମାନଙ୍କ ପାଟି ଭିତରେ ହାତ ପୂରାଇ ପାଟି ମେଲା କରି ଧରିବା — To hold the mouth of a cow or bullock after opening it for administering doses of medicine
  • ଦେ. କ୍ରି. (ସଂ. କବଳ+ଧୃ ଧାତୁ) — [ଦ୍ର—ରୋଗାକ୍ରାନ୍ତ ଗୋରୁକୁ ଔଷଧ ଖୁଆଇବା ପାଇଁ ତାକୁ ଭୂଇଁରେ ପକାଇଦେଇ ଲୋକେ ମାଡ଼ିବସନ୍ତି। ଜଣେ ଲୋକ ଦୁଇ ହାତରେ ତା ଶିଂଘକୁ ମାଡ଼ିବସେ; ଆଉ ଜଣେ ଲୋକ ଗୋରୁର ପାଟି ଭିତରେ ହାତ ପୂରାଇ ପାଟିକୁ ମେଲା କରି ଧରେ। ତତ୍ପରେ ଗୋରୁର ପାଟିରେ ଗୋଟିଏ ସରୁଆ ବାଉଁଶନଳ ସାହାଯ୍ୟରେ ଔଷଧ ଢାଳି ଦିଆଯାଏ।]