କଳାହାଣ୍ଡି Kaḻāhāṇḍi
- ଦେ. ବି — ପାକାଦି କାର୍ଯ୍ୟରେ ଯେଉଁ ହାଣ୍ଡିକୁ ଚୁଲି— ଉପରେ ବସାଇଥିବା ଯୋଗୁଁ ତହିଁର ପିଠିରେ କଳାର ସ୍ତର ପଡ଼ିଥାଏ — A cooking pot on which a layer of soot has set owing to its having been set over fire
- ଦେ. ବି — ଓଡ଼ିଶାର ପ୍ରଥମ ଶ୍ରେଣୀର ଗଡ଼ଜାତବିଶେଷ — Name of a feudatory state of the 1st group in Orissa
- ଦେ. ବି — [ଦ୍ର—ଏହା ପୂର୍ବେ ମଧ୍ୟପ୍ରଦେଶର ଛତିଶ ଗଡ଼ଜାତ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ 1905 ସାଲରୁ ଏହା ଓଡ଼ିଶାର ଗଡ଼ଜାତ ଅର୍ନ୍ତଭୁକ୍ତ ହୋଇ ଗଡ଼ଜାତମାନଙ୍କର ପ୍ରଥମ ପୁଞ୍ଜରେ ପାଟନା, ସୋନପୁର, ବାମଣ୍ଡା ଓ ରେଢ଼ାଖୋଲ ସଙ୍ଗେ ଶ୍ରେଣୀବଦ୍ଧ କରାଯାଇଅଛି। ଏହି ରାଜ୍ୟ ଗଞାମର ପଶ୍ଚିମରେ ଓ ପାଟଣା ରାଜ୍ୟର ପୂର୍ବରେ ଅବସ୍ଥିତ। ପୂର୍ବେ ଏହା ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଥିଲା। କଳିଙ୍ଗର ଗଙ୍ଗବଂଶୀୟ କେହି ରାଜା ଏ ରାଜ୍ୟ ଜୟ କରି ସେଠାରେ ରାଜତ୍ୱ କରିଥିଲେ। ଗଙ୍ଗବଂଶର ରାଜାମାନେ ଏ ରାଜ୍ୟରେ 1008 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରି ଶେଷ ରାଜା ଅପୁତ୍ରିକ ହେବାରୁ ଉତ୍ତରାଞ୍ଚଳବାସୀ ଜଣେ ରାଜପୁତ୍ରଙ୍କୁ ଘରଜୋଇଁଆ କରି ରଖିଥିଲେ ଓ ସେ ଏଠାର ରାଜା ହେଲେ। କଳାହାଣ୍ଡି ଅଧୀନରେ 18 ଜଣ ସାମନ୍ତରାଜା ଥିଲେ। କୃପାସିନ୍ଧୁ— ଇତିହାସ।] — [ଦ୍ର—ଏହା ପୂର୍ବେ ମଧ୍ୟପ୍ରଦେଶର ଛତିଶ ଗଡ଼ଜାତ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ1905ସାଲରୁ ଏହା ଓଡ଼ିଶାର ଗଡ଼ଜାତ ଅର୍ନ୍ତଭୁକ୍ତ ହୋଇ ଗଡ଼ଜାତମାନଙ୍କର ପ୍ରଥମ ପୁଞ୍ଜରେ ପାଟନା, ସୋନପୁର, ବାମଣ୍ଡା ଓ ରେଢ଼ାଖୋଲ ସଙ୍ଗେ ଶ୍ରେଣୀବଦ୍ଧ କରାଯାଇଅଛି ଏହି ରାଜ୍ୟ ଗଞାମର ପଶ୍ଚିମରେ ଓ ପାଟଣା ରାଜ୍ୟର ପୂର୍ବରେ ଅବସ୍ଥିତ ପୂର୍ବେ ଏହା ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଥିଲା କଳିଙ୍ଗର ଗଙ୍ଗବଂଶୀୟ କେହି ରାଜା ଏ ରାଜ୍ୟ ଜୟ କରି ସେଠାରେ ରାଜତ୍ୱ କରିଥିଲେ ଗଙ୍ଗବଂଶର ରାଜାମାନେ ଏ ରାଜ୍ୟରେ1008ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରି ଶେଷ ରାଜା ଅପୁତ୍ରିକ ହେବାରୁ ଉତ୍ତରାଞ୍ଚଳବାସୀ ଜଣେ ରାଜପୁତ୍ରଙ୍କୁ ଘରଜୋଇଁଆ କରି ରଖିଥିଲେ ଓ ସେ ଏଠାର ରାଜା ହେଲେ କଳାହାଣ୍ଡି ଅଧୀନରେ18ଜଣ ସାମନ୍ତରାଜା ଥିଲେ କୃପାସିନ୍ଧୁ— ଇତିହାସ]
- ଦେ. ବି — ଓଡ଼ିଶାର ଗଡ଼ଜାତ କଳାହାଣ୍ଡିରେ କଥିତ ଓଡ଼ିଆଭାଷା — The form of Oriya language spoken in the Kaḻāhānḍi feudatory state