କଳାପାହାଡ଼ Kaḻāpāhāṟḍ̠a
- ଦେ. ବି (ନାମ) — ବଙ୍ଗ ସୁଲତାନଙ୍କ ସେନାପତି
- ଦେ. ବି (ନାମ) — [ଦ୍ର—ଏ ଜନ୍ମତଃ ହିନ୍ଦୁ ଥିଲେ। ପରେ ବଙ୍ଗ ନବାବଙ୍କ କନ୍ୟାର ପ୍ରେମରେ ପଡ଼ି ମୁସଲମାନ ଧର୍ମରେ ଦିକ୍ଷିତ ହେଲେ, ତତ୍ପରେ ହିନ୍ଦୁଧର୍ମ ଓ ଦେବଦେବୀଙ୍କର ଅବମାନନା କରିବା ଏହାଙ୍କ ଜୀବନର ବ୍ରତ ହେଲା। ବଙ୍ଗ ନବାବ (ଦାଉଦ୍) ଉତ୍କଳରେ ଅନ୍ତର୍ବିବାଦର ସୁଯୋଗ ପାଇ ଉତ୍କଳ ଅଧିକାର କରିବା ସକାଶେ ଏହାଙ୍କୁ ପଠାଇଥିଲେ। ଏ 1568 ଖ୍ରୀଷ୍ଠାଦ୍ଦରେ ଯାଜପୁର ଅବରୋଧ କରି ତାହା ଅଧୀକାର କଲେ। ସେଠାରୁ କଟକ ଆସି ବାରବାଟୀ ଦୁର୍ଗ ଅବରୋଧ କଲେ। ତାହା ଅଧିକାର କରି ସାରି ଉତ୍କଳବିଜୟ ସଂପୂର୍ଣ୍ଣ କରିବା ସକାଶେ ଏ ଭୁବନେଶ୍ୱର ଓ ପୁରୀ ଆକ୍ରମଣ କଲେ ଓ ଭୁବନେଶ୍ୱରରେ ବହୁ ମନ୍ଦିର ଓ ପ୍ରତିମୂର୍ତ୍ତି ଭାଙ୍ଗି ଦେଲେ। ପୁରୀର ପଣ୍ଡାମାନେ ଏହାଙ୍କ ପାଶବିକ ଅତ୍ୟାଚାରର ସଂବାଦ ପାଇ ଶ୍ରୀଜଗନ୍ନାଥଦେବଙ୍କୁ ଚିଲିକା ମଧ୍ୟସ୍ଥ ପାରିକୁଦରେ ଲୁଚାଇ ରଖିଲେ। କଳାପାହାଡ଼ ପୁରୀରେ ବହୁବିଧ ଅତ୍ୟାଚାର କରି ସାରି ଜଗନ୍ନାଥଙ୍କ ଅନ୍ୱେଷଣରେ ଗଲେ। ସେ କୈଣସିମତେ ଶ୍ରୀବିଗ୍ରହକୁ ପାଇ ମହା ଉଲ୍ଲାସରେ ତାହାଙ୍କୁ ଗଙ୍ଗାକୂଳକୁ ନେଇ ସେଠାରେ ଜ୍ୱଳନ୍ତ ଚିତାରେ ନିକ୍ଷେପ କଲେ। ଏତିକିରେ ଶାନ୍ତ ନ ହୋଇ କଳାପାହାଡ଼ ପୁଣି କୋଣାର୍କ ଯାତ୍ରା କରି ମନ୍ଦିରର ଦେବ— ଦେବୀ ଓ ରାମଚଣ୍ଡୀ ମନ୍ଦିର ପ୍ରଭୁତି ଭାଙ୍ଗି ଛାରଖାର କରି ଦେଇଥିଲେ। ଏ ଉତ୍କଳର ଯେ ଅନିଷ୍ଠ ସାଧନ କରିଛନ୍ତି ତାହା କାଳେ କାଳେ ପୂରଣ ହୋଇ ପାରିବ ନାହିଁ। କଳାପାହାଡ଼ଙ୍କ ବିଷୟ ଓଡ଼ିଶାର ଜନମୁଖରେ ଏପର୍ଯ୍ୟନ୍ତ ପ୍ରବାଦରୂପେ ରହିଅଛି— ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଶିଲେ ମୁକୁନ୍ଦଦେବଙ୍କ ରାଣୀ। ସେ ସମୟରେ ମୁକୁନ୍ଦଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜପଣ କରୁଥିଲେ। ଏ ମଧ୍ୟ ବଙ୍ଗଦେଶର ଅନେକ ଦେବମନ୍ଦିର ଓ ଦେବଦେବୀଙ୍କୁ ନଷ୍ଟ କରିଥିଲେ। କୃପାସିନ୍ଧୁ—ଇତିହାସ।] — [ଦ୍ର—ଏ ଜନ୍ମତଃ ହିନ୍ଦୁ ଥିଲେ ପରେ ବଙ୍ଗ ନବାବଙ୍କ କନ୍ୟାର ପ୍ରେମରେ ପଡ଼ି ମୁସଲମାନ ଧର୍ମରେ ଦିକ୍ଷିତ ହେଲେ, ତତ୍ପରେ ହିନ୍ଦୁଧର୍ମ ଓ ଦେବଦେବୀଙ୍କର ଅବମାନନା କରିବା ଏହାଙ୍କ ଜୀବନର ବ୍ରତ ହେଲା ବଙ୍ଗ ନବାବ (ଦାଉଦ୍) ଉତ୍କଳରେ ଅନ୍ତର୍ବିବାଦର ସୁଯୋଗ ପାଇ ଉତ୍କଳ ଅଧିକାର କରିବା ସକାଶେ ଏହାଙ୍କୁ ପଠାଇଥିଲେ ଏ1568ଖ୍ରୀଷ୍ଠାଦ୍ଦରେ ଯାଜପୁର ଅବରୋଧ କରି ତାହା ଅଧୀକାର କଲେ ସେଠାରୁ କଟକ ଆସି ବାରବାଟୀ ଦୁର୍ଗ ଅବରୋଧ କଲେ ତାହା ଅଧିକାର କରି ସାରି ଉତ୍କଳବିଜୟ ସଂପୂର୍ଣ୍ଣ କରିବା ସକାଶେ ଏ ଭୁବନେଶ୍ୱର ଓ ପୁରୀ ଆକ୍ରମଣ କଲେ ଓ ଭୁବନେଶ୍ୱରରେ ବହୁ ମନ୍ଦିର ଓ ପ୍ରତିମୂର୍ତ୍ତି ଭାଙ୍ଗି ଦେଲେ ପୁରୀର ପଣ୍ଡାମାନେ ଏହାଙ୍କ ପାଶବିକ ଅତ୍ୟାଚାରର ସଂବାଦ ପାଇ ଶ୍ରୀଜଗନ୍ନାଥଦେବଙ୍କୁ ଚିଲିକା ମଧ୍ୟସ୍ଥ ପାରିକୁଦରେ ଲୁଚାଇ ରଖିଲେ କଳାପାହାଡ଼ ପୁରୀରେ ବହୁବିଧ ଅତ୍ୟାଚାର କରି ସାରି ଜଗନ୍ନାଥଙ୍କ ଅନ୍ୱେଷଣରେ ଗଲେ ସେ କୈଣସିମତେ ଶ୍ରୀବିଗ୍ରହକୁ ପାଇ ମହା ଉଲ୍ଲାସରେ ତାହାଙ୍କୁ ଗଙ୍ଗାକୂଳକୁ ନେଇ ସେଠାରେ ଜ୍ୱଳନ୍ତ ଚିତାରେ ନିକ୍ଷେପ କଲେ ଏତିକିରେ ଶାନ୍ତ ନ ହୋଇ କଳାପାହାଡ଼ ପୁଣି କୋଣାର୍କ ଯାତ୍ରା କରି ମନ୍ଦିରର ଦେବ— ଦେବୀ ଓ ରାମଚଣ୍ଡୀ ମନ୍ଦିର ପ୍ରଭୁତି ଭାଙ୍ଗି ଛାରଖାର କରି ଦେଇଥିଲେ ଏ ଉତ୍କଳର ଯେ ଅନିଷ୍ଠ ସାଧନ କରିଛନ୍ତି ତାହା କାଳେ କାଳେ ପୂରଣ ହୋଇ ପାରିବ ନାହିଁ କଳାପାହାଡ଼ଙ୍କ ବିଷୟ ଓଡ଼ିଶାର ଜନମୁଖରେ ଏପର୍ଯ୍ୟନ୍ତ ପ୍ରବାଦରୂପେ ରହିଅଛି— ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଶିଲେ ମୁକୁନ୍ଦଦେବଙ୍କ ରାଣୀ ସେ ସମୟରେ ମୁକୁନ୍ଦଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜପଣ କରୁଥିଲେ ଏ ମଧ୍ୟ ବଙ୍ଗଦେଶର ଅନେକ ଦେବମନ୍ଦିର ଓ ଦେବଦେବୀଙ୍କୁ ନଷ୍ଟ କରିଥିଲେ କୃପାସିନ୍ଧୁ—ଇତିହାସ]