କଳାଜୀରା Kaḻājīrā

  • ଦେ. ବି. (ସଂ.କାଳ+ଜୀରକ) — କ୍ଷୁଦ୍ର ତ୍ରିକୋଣ ମସଲାବିଶେଷ — Black Cumin seed; Nigella Sativa
  • ଦେ. ବି. (ସଂ.କାଳ+ଜୀରକ) — [ଦ୍ର— ଏହା ବର୍ଷାୟୁଃ ଶାକ— ବିଶେଷର ମଞ୍ଜି; ଏହାର ନାମ କଳାଜୀରା ହେଲେହେଁ ଏହାର ଆକାର ଜୀରା ପରି ନୁହେ; ଶର୍ଦ୍ଦି ଧରିଲେ ଏହାକୁ କନାରେ ପୁଡ଼ା ବାନ୍ଧି ଶୁଘିଂଲେ ନାକରୁ ପାଣି ବୋହି ଶର୍ଦ୍ଦି କମିଯାଏ। ଏ ହାଣ୍ତି— ଫୁଟା ଓ ଗୁଣ୍ତିମସଲା ରୂପେ ବ୍ଯବହୃତ ହୁଏ। ଏହା ଚକ୍ଷୁର ହିତ— କର, ରୁଚିଜନକ, ଉର୍ଷ୍ଣବୀର୍ଯ୍ୟ, ସୁଗନ୍ଧ, ମଳସଂଗ୍ରାହକ, କଟୁରସ, ରୁକ୍ଷ, ଅଗ୍ନିଦୀପକ ଓ କଫଘ୍ନ। ଜୀର୍ଣ୍ଣଜ୍ୱର, ଶୋଥ, ଶିରୋରୋଗ ଓ କୁଷ୍ଠ ରୋଗରେ ଏହା ପ୍ରୟୋଗ କରାଯାଏ।]
  • ଦେ. ବି. (ସଂ.କାଳ+ଜୀରକ) — ଜୀରା ପରି ଆକୃତିବିଶିଷ୍ଟ କଳା ମସଲାବିଶେଷ — Black caraway; Carum bulbocaltanum
  • ଦେ. ବି. (ସଂ.କାଳ+ଜୀରକ) — [ଦ୍ର—ଏଥିର ଫଳ ପାନମହୁରୀ ଆକୃତିବିଶିଷ୍ଟ ଓ ସାଧାରଣ ଜୀରା— ଠାରୁ ବଡ଼; ଏହା ଧାନ୍ୟାଦି ବର୍ଗର ଶାକବିଶେଷ। କାଶ୍ମୀର ଓ ଆଫଗାନୀସ୍ଥାନରେ ଏ ଗଛ ବନ୍ୟ ଅବସ୍ଥାରେ ଦେଖାଯାଏ; ଏଥିର ବୀଜ କଟୁତିକ୍ତରସ, ଉଷ୍ଣବୀର୍ଯ୍ୟ, ଅଗ୍ନିଦୀପକ, ବଳକର ଓ ଗର୍ଭାଶୟ ବିଶୋଧକ; ଏହା ଅଜୀର୍ଣ୍ଣ, ବାତଜ ଉଦରାଧ୍ମାନ, ଗୁଳ୍ମ, ରକ୍ତପିତ୍ତ, କୃମି, କଫ, ପିତ୍ତ, ଆମଦୋଷ, ବାତ ଓ ଶୂଳରୋଗନିବାରକ।]