କଳପ Kaḻapa

  • ବୈଦେ. ବି. (ଆ. କଲଫ୍=ମଣ୍ଡ; ତଳୁ. ସଂ. କଳ୍ପ=ରଚନା) — ଧୋବାମାନେ ଲୁଗାରେ ଯେଉଁ ମଣ୍ଡ ଦିଅନ୍ତି — Starch or paste laid by washermen on washed clothes
  • ବୈଦେ. ବି. (ଆ. କଲଫ୍=ମଣ୍ଡ; ତଳୁ. ସଂ. କଳ୍ପ=ରଚନା) — [ଦ୍ର—ଧୋବାମାନେ ଲୁଗା କାଚିସାରି ଭାତ ବା ଆରାରୁଟର ଖୁବ୍ ପତଳା ମଣ୍ଡକୁ ଲୁଗା ଉପରେ ବୋଳି ଦିଅନ୍ତି। ଏପରି କଲେ ଲୁଗାର ଉପର ଚିକ୍କଣ ଓ ଟାଣୁଆ ହୁଏ। ଏହି ମଣ୍ଡରେ ନେଳି ମିଶାଇ ଧୋବାମାନେ ଲୁଗାକୁ ନେଳିଆ କରନ୍ତି; ନେଳିଆ ଲୁଗାରେ ସହଜରେ ମଳି ଧରା ପଡ଼େ ନାହିଁ।]
  • ବୈଦେ. ବି. (ଆ. କଲଫ୍=ମଣ୍ଡ; ତଳୁ. ସଂ. କଳ୍ପ=ରଚନା) — ପାଚିଲା ବାଳକୁ କଳା କରିବା ପାଇଁ ତହିଁରେ ବୋଳା— ଯିବା ରଙ୍ଗବିଶେଷ — A paint for making grey hair turn black
  • ଦେ. (ପ୍ରଚୀନ ପଦ୍ଯ) ବି — (ସଂ. କଳାପ)—ସମୂହ — Collection
  • ଦେ. (ପ୍ରଚୀନ ପଦ୍ଯ) ବି — ବଳ ସାଜିକି ମେଘ କଳପେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. (ପ୍ରଚୀନ ପଦ୍ଯ) ବି — (ସଂ. କଳ୍ପ)—ବହୁଯୁଗ; କଳ୍ପ — Indifinite age; an age
  • ଦେ. (ପ୍ରଚୀନ ପଦ୍ଯ) ବି — ବ୍ରହ୍ମାଙ୍କ ଦିନକୁ ତ କଳପ ବୋଲନ୍ତି। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. (ପ୍ରଚୀନ ପଦ୍ଯ) ବି — (ଯାହାଦ୍ୱାରା ମନୁଷ୍ୟ କଳ୍ପଜୀବୀ ହୁଏ) ଅଜର ଅମର ହେବାର ଔଷଧ ବା ବୁଟୀ — A herb used for making people invulnerable against old age and death
  • ଦେ. (ପ୍ରଚୀନ ପଦ୍ଯ) ବି — ହରି ବୋଇଲେ ତୁ କଳପ କର ଖାଇଲେ ହୋଇବୁ ଅଜରାମର। ପ୍ରାଚୀ, ପରଚେଗୀତା।