କଳଜଳା Kḻajakā
- ଦେ. ବିଣ — ଯେଉଁ ପାନ ବା ଗୁଆକୁ କୌଣସି ବ୍ଯକ୍ତି କଳରେ କିଛିକ୍ଷଣ ଯାକିଥାଏ; ପାଟିକଢ଼ା (ପାନ ବା ଗୁଆ) — Betel or nut which has been kept in the mouth for some time
- ଦେ. ବିଣ — ନ ଖାଇବୁ ବାବୁ ତୁ ରେ କଳଜକା ଗୁଆ। ପୁରୁଷପଣରେ ହବୁ ମାଇପିଚାଟୁଆ। ସ୍ତ୍ରୀ ସମାଜରେ ପ୍ରଚଳିତ ଗୀତ।
- ଦେ. ବିଣ — [ଦ୍ର—ରସିକରସିକାଙ୍କର ପରସ୍ପର କଳଜକା ପାନ ମୁଖଦ୍ୱାରା ଦିଆଦେଇ କରିବା ରସିକସମାଜରେ ପ୍ରେମର ଗୋଟିଏ ଚିହ୍ନ। କେତେକ ସ୍ଥଳରେ ବିବାହ ପୂର୍ବରୁ କନ୍ୟାର କଳଜକା ଗୁଆକୁ କନ୍ୟାପକ୍ଷୀୟ ସ୍ତ୍ରୀମାନେ ଭାଙ୍ଗି ପାନ ସଙ୍ଗେ ବରକୁ ଅଜ୍ଞାତରେ ଖାଇବାକୁ ଦିଅନ୍ତି ଓ ଏତଦ୍ଦ୍ୱାରା ଆଜୀବନ ପତି ପତ୍ନୀର ବଶ ହେବ ବୋଲି ଆଶା କରନ୍ତି।]