କର୍ମକାଣ୍ଡ Karmakāṇḍa
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+କାଣ୍ଡ=ସମୂହ) — ସଦାଚାର; ହିନ୍ଦୁଶାସ୍ତ୍ର ଓ ବେଦୋକ୍ତ ଧର୍ମ— କର୍ମାନୁଷ୍ଠାନ; ନିତ୍ୟନୈମିତ୍ତିକ କ୍ରିୟାକଳାପ — The body of religious ceremonies prescribed by the Hindu Ṡastras or established by custom
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+କାଣ୍ଡ=ସମୂହ) — (ବହୁବ୍ରୀହି) ନିତ୍ୟ ଓ ନୈମିତ୍ତିକ କ୍ରିୟାକଳାପ ସମ୍ବନ୍ଧେ ଉଲ୍ଲେଖ ଥିବା ବେଦର ଅଂଶ — The part of the Beda which relates to ceremonial acts and sacrificial rites (as opposed to Jn̄ānakāṇḍa which deals with abstract knowledge of the Infinite)
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+କାଣ୍ଡ=ସମୂହ) — ଜୈମିନିଙ୍କ ପୂର୍ବମୀମାଂସା ବା ଦର୍ଶନ ଶାସ୍ତ୍ର ଗ୍ରନ୍ଥ — Name of a work on Hindu philosophy by Ja̲i̱mini