କର୍ଦ୍ଦନ Karddana
- ସଂ. ବି.—(କର୍ଦ୍ଦ ଧାତୁ+କୁତ୍ସିତ ଶଦ୍ଦ କରିବା+ଭାବ. ଅନ) ପେଟ ଡାକିବା; ଉଦରର ଶଦ୍ଦ; ପେଟ ଭିତରେ ଗଡ଼ଗଡ଼ ଶଦ୍ଦ — Sound inside the belly
- ସଂ. ବି.—(କର୍ଦ୍ଦ ଧାତୁ+କୁତ୍ସିତ ଶଦ୍ଦ କରିବା+ଭାବ. ଅନ) କୁତ୍ସିତରବ — Repulsive sound
- ସଂ. ବି.—(କର୍ଦ୍ଦ ଧାତୁ+କୁତ୍ସିତ ଶଦ୍ଦ କରିବା+ଭାବ. ଅନ) ଶିଶୁର ଶଦ୍ଦ — Baddlings of a child
- ସଂ. ବି.—(କର୍ଦ୍ଦ ଧାତୁ+କୁତ୍ସିତ ଶଦ୍ଦ କରିବା+ଭାବ. ଅନ) (+କର୍ତ୍ତୃ. ଅନ) କୁଆ — Crow
- ଦେ. ବି. — ଦହଗଞ୍ଜ; କଷ୍ଟ — Harassment; trouble
- ଦେ. ବି. — ପୀଡ଼ା — Oppression
- ଦେ. ବି. — କେତେବେଳେ ଦଶନବାସେ ଚୁମ୍ବଦାନ, କେତେବେଳେ କର୍ଦ୍ଦନ କମ୍ପ ହୋଏ ଜଘନ ସେ। ଦୀନକୃଷ୍ଣ, ରସକଲ୍ଲୋଳ।