କର୍ଣିକାର Karṇṇikāra

  • ସଂ. ବି. (କର୍ଣିକା=କର୍ଣ୍ଣଭୂଷଣ+ଋ ଧାତୁ+ଗମନ କରିବା+ କତ୍ତୃ. ଅ) — ଆରଗ୍ବଧ; ସୁନାରୀ ଗଛ ଓ ଫୁଲ — Cassia (tree and flower)
  • ସଂ. ବି. (କର୍ଣିକା=କର୍ଣ୍ଣଭୂଷଣ+ଋ ଧାତୁ+ଗମନ କରିବା+ କତ୍ତୃ. ଅ) — ଦ୍ରୁମୋତ୍ପଳ; ପରିବ୍ୟାଧ; ଗେଣ୍ଡୁଫୁଲ — Marigold (flower)
  • ସଂ. ବି. (କର୍ଣିକା=କର୍ଣ୍ଣଭୂଷଣ+ଋ ଧାତୁ+ଗମନ କରିବା+ କତ୍ତୃ. ଅ) — କନିଅର ଫୁଲ ଓ ଗଛ — Yellow or bastard oleander; Thevetia Nerifolia; Cerebra Thevetia
  • ସଂ. ବି. (କର୍ଣିକା=କର୍ଣ୍ଣଭୂଷଣ+ଋ ଧାତୁ+ଗମନ କରିବା+ କତ୍ତୃ. ଅ) — [ଦ୍ର—ଏ ଗଛର ଫୁଲ ତୋଫା ହଳଦିଆ ଓ ସୁଗନ୍ଧହୀନ ଏବଂ ଆକାରରେ ଗଞ୍ଜେଇ ଚିଲମ ପରି। କନିଅର ଗଛ ଆମେରିକା ଦ୍ୱୀପପୁଞ୍ଜର କିନ୍ତୁ ଭାରତକୁ ଆସି ବନ୍ୟ ହୋଇଅଛି; ଏହାର ଫଳ ଗୋଟାଳିଆ ଓ ତହିଁ ମଧ୍ୟରେ ଚେପ୍ଟା ମଞ୍ଜି ଥାଏ; ଏ ମଞ୍ଜିକୁ ଗୁଡ଼ ସଙ୍ଗେ ବାଟି ଖାଇଲେ ତାହା ପ୍ରାଣନାଶକ ବିଷ ହୁଏ। ଏ ଦେଶର ସ୍ତ୍ରୀମାନେ ଏହାକୁ ଖାଇ ଆତ୍ମହତ୍ୟା କରନ୍ତି ଓ ଏହା ମଧ୍ୟ ଭୃଣ ହତ୍ୟାରେ ବ୍ଯବହୃତ ହୁଏ। ଏହି ମଞ୍ଜିରେ ଥେଭେଟିନ୍ — (Thevetin)ନାମକ ବିଷ ଅଛି ବଙ୍ଗଳାରେ କେହି କେହି କର୍ଣିକାରକୁ କରବୀ କହନ୍ତି; କିନ୍ତୁ ସଂସ୍କୃତ କରବୀ ନାଲି ଓ ଧଳା ଭେଦରେ ଦ୍ୱୀବିଧ କରବୀର ଥୋପା ଥୋପା ଫୁଲ ହୁଏ କରବୀ ଫୁଲର ମୃଦୁ ଗନ୍ଧ ଅଛି, ମାତ୍ର କର୍ଣିକାର ଫୁଲ ନିର୍ଗନ୍ଧ କାଳିଦାସ କୁମାରସମ୍ଭବରେ ଲେଖିଛନ୍ତି— "ବର୍ଣ୍ଣପ୍ରକର୍ଷେ ସତି କର୍ଣିକାରଂ, ଦୁନୋତି ନିର୍ଗନ୍ଧତୟା ସ୍ମଚେତଃ" କନିଅର ମଞ୍ଜି ଉଗ୍ରବିଷ, କରବୀର ମୂଳ ଓ ଛାଲ ଉଗ୍ରବିଷ; କରବୀ ଗଛରେ ଛୁଇଁ ଧରେ; ମାତ୍ର କନିଅର ଗଛରେ ଗୋଲ ଫଳ ଧରେ ]