କରୁଣରସ Karuṇarasa

  • ସଂ. ବି. (କର୍ମଧା; କରୁଣ+ରସ) — ଯେଉଁ ବିଷୟ ଶୁଣିଲେ ବା ଦେଖିଲେ ବା ପଢ଼ିଲେ ମନରେ ଦୟାଭାବ ବା କରୁଣାର ଉଦୟ ହୁଏ। (ରସ ତଳେ ନୋଟ୍ ଦେଖ) — Pathos in rhetoric; pathetic sentiment in literature
  • ସଂ. ବି. (କର୍ମଧା; କରୁଣ+ରସ) — [ଦ୍ର—ଅନ୍ୟର ଦୁଃଖ ବା କଷ୍ଟ ଅବଗତ ହୋଇ ଯେଉଁ ମନୋବିକାର ବା ସହାନୁଭୂତି ଜନ୍ମେ ତାହା କରୁଣରସ। ଆପଣାର ପ୍ରିୟ ବନ୍ଧୁ ବା ଇଷ୍ଟ ମିତ୍ରର ବିୟୋଗରେ ଉତ୍ପନ୍ନ ହେବା ମନୋଭାବ ମଧ୍ୟ କରୁଣରସ। ଏହା କାବ୍ୟର ନବରସ ମଧ୍ୟରୁ ଏକତମ; ବନ୍ଧୁ ବା ଇଷ୍ଟ ମିତ୍ରର ବିୟୋଗ ଏ ରସର ଆଲମ୍ବନଭାବ ଅଟେ; ମୃତ୍ୟୁ, ଦାହ, ବିଛେଦୀ ବ୍ଯକ୍ତି ବା କୌଣସି କ୍ଳିଷ୍ଟ ବ୍ଯକ୍ତିର ଦର୍ଶନ ବା ବିଷୟ ଶ୍ରବଣ ବା ପାଠ ଏ ରସର ଉଦ୍ଦୀପନ ଭାବ ଅଟେ; ଭାଗ୍ୟକୁ ନିନ୍ଦା, ଦୀର୍ଘ ଓ ଧୀରଶ୍ୱାସ, କ୍ରନ୍ଦନ, କରତାଡ଼ନ, ଅଙ୍ଗତାଡ଼ନ ଆଦି ଏ ରସର ଅନୁଭାବ ଅଟେ। ବରୁଣ ଏହି ରସର ଅଧିଷ୍ଠାତା—ହି. ଶବ୍ଦସାଗର।]
  • ସଂ. ବି. (କର୍ମଧା; କରୁଣ+ରସ) — ଆପଣାର ପ୍ରିୟ ବ୍ଯକ୍ତି ବା ଇଷ୍ଟ ବନ୍ଧୁର ବିରହ ଓ ମୃତ୍ୟୁ ଆଦି ଯୋଗୁଁ ମନରେ ଜନ୍ମିବା ବିକାର — Pathetic felling excited by separation from or death of one's beloved person