କରବୀ Karabī
- ସଂ. ବି (କର=ମୂଳ+ବୀ=ଯେ ବ୍ୟାପେ; ଯେ ମୂଳଦ୍ୱାରା ଭୂମିରେ ବ୍ୟାପେ) — ବନ୍ୟ ଓ ଉଦ୍ୟାନଜାତ ଗୁଳ୍ମ ଓ ତହିଁର ଫୁଲ — White or pink sweet-scented Oleander; Nerium Odorum Apocynacæ
- ସଂ. ବି (କର=ମୂଳ+ବୀ=ଯେ ବ୍ୟାପେ; ଯେ ମୂଳଦ୍ୱାରା ଭୂମିରେ ବ୍ୟାପେ) — [ଦ୍ର—ଏହାର ଫୁଲ ଡେମ୍ପରେ ପେନ୍ଥା ପେନ୍ଥା ହୋଇ ଧରେ; ଫୁଲ ବହୁଦଳ। ସାଧାରଣତଃ ନାଲି ଓ ଧଳା ଫୁଲ ଭେଦରେ ଦୁଇ ପ୍ରକାରର ଉଦ୍ୟାନଜାତ ଗଛ ଅଛି। କନିଅରର ଫଳ ହୁଏ। କିନ୍ତୁ କରବୀର ଛୁଇଁ ହୁଏ। ଏ ବୃକ୍ଷର ଛେଲି ଓ ମୂଳ ବିଷାକ୍ତ। ପଶ୍ଚିମ ଓ ଦକ୍ଷିଣ ଭାରତରେ ଏହା ଜୀବ ଓ ଭ୍ରୂଣନାଶକ ବିଷରୂପେ ବ୍ଯବହୃତ ହୁଏ। ଏଥିରେ ନେରିଓଡୋରିନ୍ (Neriodorin) ନାମକ ତୀବ୍ର ବିଷ ଅଛି। ବୈଦ୍ୟଶାସ୍ତ୍ର ମତରେ ଶ୍ୱେତ, ରକ୍ତ, ପୀତ, କୃଷ୍ଣ ଓ ପାଟଳବର୍ଣ୍ଣ ପୁଷ୍ପଭେଦରେ କରବୀ ପାଞ୍ଚ ପ୍ରକାର; ଶ୍ୱେତ, ପୀତ ଓ କୃଷ୍ଣ କରବୀ କଟୁରସ ଓ କୁଷ୍ଠ, ବ୍ରଣ, ବିଷ୍ଫୋଟକ ଓ କଣ୍ଡୁରୋଗର ଶାନ୍ତିକାରକ। ପାଟଳ କରବୀ ଶରୋବେଦନା, କଫ ଓ ବାତନିବାରକ—ପ୍ରକୃତିବାଦ।]