କରତ Karata
- ଦେ. ବି (ସଂ. କରପତ୍ର) — କାଠକୁ ଚିରି ପଟା କରିବାପାଇଁ ବ୍ଯବହୃତ ତୀକ୍ଷ୍ଣଦନ୍ତ ଶସ୍ତ୍ର; ଦନ୍ତୁର ଧାତୁପତ୍ରବିଶିଷ୍ଟ ଶସ୍ତ୍ର — Saw
- ଦେ. ବି (ସଂ. କରପତ୍ର) — ପରତେ ନାହିଁ ମୋର କରତେ ମଦନର ବସି ପାରିବି କି ବରଚି କି ଗୋ—କବିସୂର୍ଯ୍ୟ, ସଂଗୀତ।
- ଦେ. ବି (ସଂ. କରପତ୍ର) — [ଦ୍ର—କାଠ କରତ ଦୁଇ ପ୍ରକାର— 1 । ହାତ କରତ—ଏହା ଛୋଟ ଏବଂ ଏହାକୁ ଜଣେ ଲୋକ ଧରି କାଠରେ ଲଗାଇ କାଠ ଚିରେ; 2 । ଠେଲା କରତ—ଏହା ବଡ଼; ଏହାକୁ ଦୁଇ ଜଣ ଦୁଇ ପାଖରୁ ଧରି ଓଟାରି କାଠ ଚିରନ୍ତି।] — [ଦ୍ର—କାଠ କରତ ଦୁଇ ପ୍ରକାର—1 ହାତ କରତ—ଏହା ଛୋଟ ଏବଂ ଏହାକୁ ଜଣେ ଲୋକ ଧରି କାଠରେ ଲଗାଇ କାଠ ଚିରେ;2 ଠେଲା କରତ—ଏହା ବଡ଼; ଏହାକୁ ଦୁଇ ଜଣ ଦୁଇ ପାଖରୁ ଧରି ଓଟାରି କାଠ ଚିରନ୍ତି]
- ଦେ. ବି (ସଂ. କରପତ୍ର) — (ବଣିଆଶବ୍ଦ) ସୁନା ବା ରୂପା କାଟିବାର କରତ — Goldsmith's tenon-saw for cutting metal