କମାନ୍ Kamān
- ବୈଦେ. ବି. (ଇଂ.କମ୍ମାଣ୍ଡ୍=ହୁକୁମ; ଆଦେଶ) — ଉପରିସ୍ଥ କର୍ମଚାରୀଙ୍କ ଆଦେଶ ଅନୁସାରେ ପୁଲିସ ସିପାହୀଙ୍କର ରାଜକାର୍ଯ୍ୟ ଉପଲକ୍ଷରେ ସ୍ଥାନାନ୍ତରକୁ ଗମନ — Engagement of Police force on duty abroad under the order of a higher officer
- ବୈଦେ. ବି. (ଇଂ.କମ୍ମାଣ୍ଡ୍=ହୁକୁମ; ଆଦେଶ) — ରାଜକର୍ମଚାରୀଙ୍କ କର୍ତ୍ତବ୍ୟ କର୍ମ — Duty of a public servant
- ପ୍ରାଦେ. (ଗଞ୍ଜାମ) ବି — ସରକାରୀ କର୍ମ ଉପଲକ୍ଷରେ କର୍ମଚାରୀଙ୍କ ଗସ୍ତ — Official tour