କବିସମୟପ୍ରସିଦ୍ଧି Kabisamayaprasiddhi

  • ସଂ. ବି — କବିକଳ୍ପିତ କେତେଗୁଡିଏ ସତ୍ୟ ବା ପ୍ରତିଜ୍ଞା — Some propositions accepted as true for poetics licence
  • ସଂ. ବି — [ଦ୍ର—ଉଚ୍ଚାଙ୍ଗ ସାହିତ୍ୟ ପାଠ କଲେ ଜଣାଯାଏ ଯେ ବର୍ଣ୍ଣନାର ସୁବିଧା ପାଇଁ ମହାକବିମାନେ ମଧ୍ୟ ସ୍ୱତଃସିଦ୍ଧରୂପେ କେତେଗୁଡ଼ିଏ କଥା ଗ୍ରହଣ କରିଥାଆନ୍ତି। ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରାକୃତ ନୁହେ; ତଥାପି ତଦ୍ଦ୍ୱାରା ଯେ ପ୍ରକୃତ ସତ୍ୟର ଅପଳାପ ହୁଏ ନାହିଁ ଏହା ନିଃସନ୍ଦିଗ୍ଧରୂପେ କୁହାଯାଇ ପାରେ। ଏହିସବୁ ସତ୍ୟକୁ କବିସମୟ— ପ୍ରସିଦ୍ଧି ନାମରେ ଅଭିହିତ କରାଯାଏ। କଳ୍ପିତ ହେଲେ ସୁଦ୍ଧା ଏଗୁଡ଼ିକ କବିତାରେ ଦୋଷରୂପେ ପରିଗଣନୀୟ ନୁହେ, ବରଂ ଏଗୁଡ଼ିକର ପ୍ରୟୋଗ ପଣ୍ଡିତମାନେ ଗୁଣସମ୍ପନ୍ନ ବୋଲି ମନେ କରନ୍ତି। ଯଥା—ପାପରେ ଓ ଆକାଶରେ ମଳିନତା, କୀର୍ତ୍ତି ଓ ହସରେ ଧବଳତା ଇତ୍ୟାଦି—କୁଳମଣି, ଅଳଙ୍କାରତରଙ୍ଗିଣୀ।]