କପୂର Kapūra

  • ଦେ. ବି. (ସଂ. କର୍ପୂର) — କର୍ପୂର; ଭାସ୍କର — Camphor; Cinnamomum Camphora
  • ଦେ. ବି. (ସଂ. କର୍ପୂର) — [ଦ୍ର—ଜାପାନ, ଚୀନ ଓ ଫର୍ମୋଜା ଦ୍ୱୀପସ୍ଥ ଚିରଶ୍ୟାମଳ ବୃକ୍ଷବିଶେଷର ଶୁକ୍ଳବର୍ଣ୍ଣ ଶୁଷ୍କରସ। ଏ ଗଛର କାଠକୁ ନିଆଁରେ ସିଝାଇ କପୂର ବାହାର କରାଯାଏ। ଏହା ସାଧାରଣ କପୂର ଅଟେ। ଭାରତର ଉତ୍ତର, ଦକ୍ଷିଣ, ବ୍ରହ୍ମ ଓ ଶ୍ୟାମ ଦେଶରେ ଏ ବୃକ୍ଷର କୃଷି କରା ଯାଉଅଛି।
  • ଦେ. ବି. (ସଂ. କର୍ପୂର) — ଆଉ ଏକଜାତୀୟ — (Dyrobalanus Aromatica)ବୋର୍ଣ୍ଣିଓ ଓ ସୁମାତ୍ରାଦ୍ୱୀପର ବୃକ୍ଷର କାଣ୍ଡରେ ସଞ୍ଚିତ ରସରୁ ମଧ୍ୟ କର୍ପୂର ଜନ୍ନେ ଏହା ଭୀମସେନୀ କପୂର ବାଷ୍ପୀକୃତ ଓ ଶୋଧିତ କପୂରକୁ ଶ୍ରୀକର୍ପୂର ବୋଲାଯାଏ କପୂରର ଗନ୍ଧ ମଧୁର ଓ ଏହା ଔଷଧରେ ଲାଗେ ଏହା ପକ୍ୱ ଓ ଅପକ୍ୱ ଭେଦରେ ଦୁଇ ପ୍ରକାର ପକ୍ୱ କର୍ପୂର ଅପେକ୍ଷା ଅପକ୍ୱ କର୍ପୂର ଗୁଣକର କର୍ପୂର ଶୀତବୀର୍ଯ୍ୟ ଶୁକ୍ରବର୍ଦ୍ଧକ, ଚକ୍ଷୁର ହିତକାର, ଲଘୁ, ସୁଗନ୍ଧି, ମଧୁରତିକ୍ତ, ନିଦ୍ରାଜନକ, ଘର୍ମବର୍ଦ୍ଧକ ଓ କାମଶାନ୍ତିକର ଏହା କଫ, ପିତ୍ତ, ବିଷଦୁଷ୍ଟି, ଦାହ, ପିପାସା, ମୁଖର ବିରସତା, ମେଦୋଦୋଷ, ଦୌର୍ଗନ୍ଧ୍ୟ, ଦାହ, ପିପାସା, ମୃଖର ବିରସତା ମେଦୋଦୋଷ, ଦୌର୍ଗନ୍ଧ୍ୟ, ଆକ୍ଷେପ, ବେଦନା ଓ ଶୁକ୍ରମେହନାଶକ ନୂତନ କର୍ପୂର ସ୍ନିଗ୍ଧ, ତିକ୍ତରସ, ଉଷ୍ଣବୀର୍ଯ୍ୟ ଓ ଦାହଜନକ ପୁରାତନ କର୍ପୂର ଦାହ ଓ ଶୋଷବିନାଶକ
  • ଦେ. ବି. (ସଂ. କର୍ପୂର) — (ଯଥା—କପୂର ଗଲାଣି କନା (ଖଣ୍ଡକ) ଅଛି—ପ୍ରବଚନ। ଏ ପ୍ରବଚନର ଅର୍ଥ—ଯେଉଁ ବଂଶରେ ପୂର୍ବ—ବିଭବ ଲୋପ ପାଇଅଛି, କିନ୍ତୁ ପୂର୍ବଗୌରବ ଅକ୍ଷୁଣ୍ଣ ରହିଅଛି।)