କନ୍ଧଭାଷା Kandhabhāshā
- ଦେ. ବି — ଅନାର୍ଯ୍ୟ କନ୍ଧମାନଙ୍କ କଥିତଭାଷା — The language spoken by the Khonds
- ଦେ. ବି — [ଦ୍ର— କନ୍ଧମାଳ, ଅନୁଗୁଳ, ପାଟଣା, କଳାହାଣ୍ଡି, ଘୁମୁସର ଓ ବିଶାଖାପାଟଣାବାସୀ ପାଞ୍ଚ ଲକ୍ଷ କନ୍ଧ ଏହି ଭାଷାରେ କଥାବାର୍ତ୍ତା କରନ୍ତି। ଏହି କନ୍ଧଭାଷା କନ୍ଧ, କୁଇ, କୋଣ୍ଡା, କୋଣ୍ଡାଦୋରା, କୋଣ୍ଡାକାପୁ, କୋଟୁ ଓ ଦୋରା ପ୍ରଭୃତି ବିଭିନ୍ନ ନାମରେ ଅଭିହିତ ହୁଏ। ଏହା ଦ୍ରାବିଡ଼ୀୟ ଶାଖାର ଅନ୍ତର୍ଗତ। ଏହା କେବଳ କଥିତ ଭାଷାରୂପେ ଚଲୁଥିଲା ଏବଂ ଏ ଭାଷାରେ ପୁସ୍ତକାଦି ପ୍ରଣୀତ ହୋଇ ନ ଥିଲା। ଏବେ ପ୍ରାଦ୍ରୀମାନେ ଇଂରାଜି ଅକ୍ଷର ସାହାଯ୍ୟରେ ଏ ଭାଷାରେ ପୁସ୍ତକମାନେ ରଚନା କରୁଅଛନ୍ତି।]