କନ୍ଦଳୀ Kandaḻī
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ପାଣିକେନ୍ଦୁଳି ଗୁଳ୍ମ ଏବଂ ତହିଁର ଫୁଲ — An aquatic plant and its flower. Ottelia Alismoides
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — [ଦ୍ର—ଏହି ଗୁଳ୍ମ ପାଣି କିନାରାରେ ଓ ଅଳ୍ପ ପାଣି ଥିବା ସ୍ଥାନରେ ଜନ୍ମେ। ଏଥିର ନାଡ଼ରେ ପିଆଜ ବା କାଠିଆକଦଳୀ ପରି ଗଣ୍ଠି ଥାଏ। ଏ ଗଣ୍ଠି ଔଷଧରେ ଲାଗେ। ଏହାର ପତ୍ର ପିଆଜପତ୍ର ଅପେକ୍ଷା ବେଶି ଚଉଡ଼ା। ବର୍ଷାଋତୁରେ ପ୍ରଥମ ଅସରା ବରଷା ହେବା ପରେ ଏ ଗଛ ଉଠେ। ଏହାର ଫୁଲ ଧଳା ଧାତୁରାଫୁଲ ପରି ଓ ଫୁଲ ମଝିରୁ ଲମ୍ବା ଲମ୍ବା ନାଲିଆ ପାଞ୍ଚଟି କେଶର ବାହାରେ ଓ ଏହି କେଶର ଅଗରେ ଅର୍ଦ୍ଧଚନ୍ଦ୍ରକାର ହଳଦିଆ, କୋମଳ କେଶର ଥାଏ।]
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ପତାକା — Flag
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ପଦ୍ମବୀଜ — Seed of lotus
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ଘାସ ଗଜା — Tender shoots of grass
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ମୃଗୀବିଶେଷ — A class of deer
- ସଂ. ବି. (କନ୍ଦଳ+ସ୍ତ୍ରୀ. ଈ) — ବାହାରୁ କନ୍ଦଳୀ ଭକ୍ଷୀଲେ କନ୍ଦଳୀ ହୋଇ ଅତିଶୟ ଲାଳସ। ଭଞ୍ଜ, ବୈଦେହୀସବିଳାସ।
- ଦେ. ବି — କଳିକଜିଆ — Quarrel
- ଦେ. ବିଣ. ସ୍ତ୍ରୀ — କଳିହୁଡ଼ୀ (ସ୍ତ୍ରୀ) — Quarrelsome (woman)