କଦମରସୁଲ୍ Kadamarasul
- ବୈଦେ. ବି. (ଆ. ରସୁଲ୍=ପରମେଶ୍ୱର+କଦମ୍= ପଦଚିହ୍ନ— ମହାପୂରୂଷ ମହମ୍ମଦଙ୍କ ପଦଚିହ୍ନ ଯେଉଁଠାରେ ପୂଜିତ ହୁଏ) — କଟକରେ ଥିବା ମୁଷଲମାନମାନଙ୍କ ଉପାସନା ମନ୍ଦିର — A Mahomedan temple of worship in the town of Cuttack
- ବୈଦେ. ବି. (ଆ. ରସୁଲ୍=ପରମେଶ୍ୱର+କଦମ୍= ପଦଚିହ୍ନ— ମହାପୂରୂଷ ମହମ୍ମଦଙ୍କ ପଦଚିହ୍ନ ଯେଉଁଠାରେ ପୂଜିତ ହୁଏ) — [ଦ୍ର—ଓଡ଼ିଶାର ସୁବାଦାର ସୁଜାଉଦ୍ଦିନ୍ ହିନ୍ଦୁ—ମୁଷଲମାନଙ୍କର ପରସ୍ପର ବିଦ୍ୱେଷଭାବ ଦୂର କରିବା ମାନସରେ କଟକରେ ଏହି ମନ୍ଦିର ନିର୍ମାଣ କରାଇଥିଲେ। ସେ ସମୟରେ ହିନ୍ଦୁ ଓ ମୁଷଲମାନ ଉଭୟେ ସେଠାରେ ଉପାସନା କରୁଥିଲେ। କୃପାସିନ୍ଧୂ. ଇତିହାସ]