କଣ୍ଟିବା Kaṇṭibā
- ଦେ. କ୍ରି. — ମାପିବା — To measure; to take the dimensions of
- ଦେ. କ୍ରି. — କୈଣସି ଅଳଂକାର, ଯୋତା ବା କୁର୍ତ୍ତା ଦେହକୁ ଠିକ୍ରୂପେ ହେଉଛି କି ନାହିଁ ଏହା ଦେଖିବା — To put on a coat or ornament etc to see if it fits the body
- ଦେ. କ୍ରି. — ଝାଳ ବହିବାର ଉପକ୍ରମ ହେବା — To tend to sweaten; to begin to perspire
- ଦେ. କ୍ରି. — (ଯଥା—ତା ଦେହରେ ଝାଳ କଣ୍ଟି ଆସିଲାଣି।)
- ଦେ. କ୍ରି. — କଣ୍ଟି ହୋଇଲା କପୋଳ ଭ୍ରୂ ସନ୍ଧିକି ଲୁଚି ଲୁଚି ଯାଏ ବେନି ଡୋଳ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
- ଦେ. କ୍ରି. — କଚ୍ଛିବା — To see if one thing exactly fits into another; to compare
- ଦେ. କ୍ରି. — କେ ଉଚ୍ଚ ଆଣ୍ଟ ବଡ଼ ସାନ, ଭରଜ କଣ୍ଟି ଦେବା ଆଣ। ଭୂପତି. ପ୍ରେମପଞ୍ଚାମୃତ।
- ଦେ. କ୍ରି. — ଦଂଶିବା; କାମୁଡ଼ିବା — To bite