କଣ୍ଟାବାଉଁଶ Kaṇṭābāuñṡa
- ଦେ. ବି.—(ସଂ. କଣ୍ଟକ+ବଂଶ) — କଣ୍ଟକଯୁକ୍ତ ଏକ ପ୍ରକାର ବାଉଁଶ — Thorny bamboo; Bambusa Arundinacea
- ଦେ. ବି.—(ସଂ. କଣ୍ଟକ+ବଂଶ) — [ଦ୍ର—ପୂର୍ବକାଳରେ ରାଜାମାନେ ଗଡ଼ର ଚାରିପାଖରେ କଣ୍ଟା— ବାଉଁଶର ବଣ କରୁଥିଲେ; କଣ୍ଟା ଯୋଗୁଁ ଏ ବାଉଁଶର ବୁଦା ଦୁର୍ଭେଦ୍ୟ; ଏ ବାଉଁଶ ମଧ୍ୟ ବଙ୍କାଢଙ୍କା; 40।50 ବର୍ଷରେ ଏ ଗଛ ଫୁଲ ଧରେ ଓ ଏ ଫୁଲରୁ ଧାନ ପରି ଶସ୍ୟ ବାହାରେ। ଏ ଧାନ ଭିତରେ ଚାଉଳ ପରି ଶସ ଥାଏ। ଗରିବମାନେ ଦୁର୍ଭିକ୍ଷ— ସମୟରେ ଏ ଚାଉଳକୁ ଭାତ, ପିଠା ଓ ଯାଉ କରି ଖାଆନ୍ତି। କିନ୍ତୁ ଏଥିରେ ଗୁଡ଼ ମିଶାଇଲେ ଏହା ବିଷ ହୁଏ। ଗୁଡ଼ମିଶା ବାଉଁଶ— ଚାଉଳରେ ପିଠା ଓ ଯାଉ ଖାଇ ଲୋକେ ମରିବାର ଦେଖାଅଛି। କଣ୍ଟାବାଉଁଶ ଭିତରୁ ଶ୍ୱେତବର୍ଣ୍ଣ ଚୂର୍ଣ୍ଣବତ୍ ବଂଶଲୋଚନ ବାହାରେ; କଣ୍ଟାବାଉଁଶ ଅନ୍ଯ ଜାତୀୟ ବାଉଁଶମାନଙ୍କ ପରି ପୋଲା ନୁହେ। ଏହାର ଖୋଳପା ଖୁବ୍ ମୋଟା ଓ ନିଦା।] — [ଦ୍ର—ପୂର୍ବକାଳରେ ରାଜାମାନେ ଗଡ଼ର ଚାରିପାଖରେ କଣ୍ଟା— ବାଉଁଶର ବଣ କରୁଥିଲେ; କଣ୍ଟା ଯୋଗୁଁ ଏ ବାଉଁଶର ବୁଦା ଦୁର୍ଭେଦ୍ୟ; ଏ ବାଉଁଶ ମଧ୍ୟ ବଙ୍କାଢଙ୍କା;4050ବର୍ଷରେ ଏ ଗଛ ଫୁଲ ଧରେ ଓ ଏ ଫୁଲରୁ ଧାନ ପରି ଶସ୍ୟ ବାହାରେ ଏ ଧାନ ଭିତରେ ଚାଉଳ ପରି ଶସ ଥାଏ ଗରିବମାନେ ଦୁର୍ଭିକ୍ଷ— ସମୟରେ ଏ ଚାଉଳକୁ ଭାତ, ପିଠା ଓ ଯାଉ କରି ଖାଆନ୍ତି କିନ୍ତୁ ଏଥିରେ ଗୁଡ଼ ମିଶାଇଲେ ଏହା ବିଷ ହୁଏ ଗୁଡ଼ମିଶା ବାଉଁଶ— ଚାଉଳରେ ପିଠା ଓ ଯାଉ ଖାଇ ଲୋକେ ମରିବାର ଦେଖାଅଛି କଣ୍ଟାବାଉଁଶ ଭିତରୁ ଶ୍ୱେତବର୍ଣ୍ଣ ଚୂର୍ଣ୍ଣବତ୍ ବଂଶଲୋଚନ ବାହାରେ; କଣ୍ଟାବାଉଁଶ ଅନ୍ଯ ଜାତୀୟ ବାଉଁଶମାନଙ୍କ ପରି ପୋଲା ନୁହେ ଏହାର ଖୋଳପା ଖୁବ୍ ମୋଟା ଓ ନିଦା]