କଟୁଆଳ Kaṭuāḻa

  • ଦେ. ବି.—(ସଂ. କୋଟ୍ଟପାଳ) — ନଗରରକ୍ଷକ ରାଜ— କର୍ମଚାରୀ; ନଗରରକ୍ଷୀ ପ୍ରହରୀ ବା ଜଗୁଆଳି — A guardsman of the town police
  • ଦେ. ବି.—(ସଂ. କୋଟ୍ଟପାଳ) — କଟୁଆଳ ଡକାଇଲା ଘେନି ଯାଉ ବୋଇଲା। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି.—(ସଂ. କୋଟ୍ଟପାଳ) — ନଗରରକ୍ଷୀ ପ୍ରହରୀମାନଙ୍କ ଅଧ୍ୟକ୍ଷ — Head of the police, corresponding to the Police Commissioner in presidency towns
  • ଦେ. ବି.—(ସଂ. କୋଟ୍ଟପାଳ) — [ଦ୍ର— କାହାଣୀରେ ରାଜା, ମନ୍ତ୍ରୀ, ସାଧବ ଓ କଟୁଆଳ ପ୍ରାୟ ଏହି ଚାରିଜଣଙ୍କ କଥା ପଡ଼େ। ରାଜା—ଶାସନକର୍ତ୍ତା, ମନ୍ତ୍ରୀ—ପରାମର୍ଶ— ଦାତା, ସାଧବ—ଧନୀ ଓ ମହାଜନ, କଟୁଆଳ—ରାଜଧାନୀ ରକ୍ଷକ।]
  • ଦେ. ବିଣ. ଅବାଧ୍ୟ — Unruly; disobedient