କଜଳପାତି Kajaḻapāti
- ଦେ. ବି — (ସଂ. କଜ୍ଜଳ+ପାତ୍ର) କଜଳ ରଖିବାର ଧାତୁପାତ୍ର — A case for keeping collyrium
- ଦେ. ବି — ବାଞ୍ଝ ମାଇପର କି ସମ୍ପତ୍ତି, ସିନ୍ଦୁର ଫରୁଆ କଜଳପାତି। ପ୍ରବଚନ। ଚୋର ନେଇଗଲା କଜଳପାତି। ନନ୍ଦକିଶୋର. ନିର୍ଝରିଣୀ।
- ଦେ. ବି — ସଂ. (କଜ୍ଜଳପତ୍ରୀ) ଲାଞ୍ଜ ଲମ୍ବ ଥିବା ଏକ— ପ୍ରକାର କୃଷ୍ଣବର୍ଣ୍ଣ ଚଢ଼େଇ; ଭୃଙ୍ଗପକ୍ଷୀ — A small black bird with a long tail; the black drongo; Dicrurus Ater
- ଦେ. ବି — [ଦ୍ର—କଜଳପାତି ଚଢ଼େଇ ଶାଖାଶ୍ରୟୀ ବର୍ଗର ଅନ୍ତର୍ଗତ। ଏହା ଲମ୍ବରେ 15।16 ଆଙ୍ଗୁଳ ହୁଏ; ଦେଖିବାକୁ ଚକଚକିଆ କଳା; ଏହାର ଲାଞ୍ଜ କନାକନା ହୋଇଥାଏ, ଏ ଗୋରୁ ବାଛୁରୀଙ୍କ ପିଠିରେ ବସେ ଓ ତୀର ବେଗରେ ଉଡ଼ୁ ଉଡ଼ୁ ମଝି ମଝିରେ ଡେଣାକୁ ସଂକୁଚିତ କରି ରହି ଯାଉଥାଏ।] — [ଦ୍ର—କଜଳପାତି ଚଢ଼େଇ ଶାଖାଶ୍ରୟୀ ବର୍ଗର ଅନ୍ତର୍ଗତ ଏହା ଲମ୍ବରେ1516ଆଙ୍ଗୁଳ ହୁଏ; ଦେଖିବାକୁ ଚକଚକିଆ କଳା; ଏହାର ଲାଞ୍ଜ କନାକନା ହୋଇଥାଏ, ଏ ଗୋରୁ ବାଛୁରୀଙ୍କ ପିଠିରେ ବସେ ଓ ତୀର ବେଗରେ ଉଡ଼ୁ ଉଡ଼ୁ ମଝି ମଝିରେ ଡେଣାକୁ ସଂକୁଚିତ କରି ରହି ଯାଉଥାଏ]
- ଦେ. ବି — [କଜଳପାତି ବା କଳାପାତି ସମ୍ବନ୍ଧେ ଲୌକିକ ସଂସ୍କାର— 1 । ଉତିଆଣୀ ପିଲାଙ୍କୁ ଡାହାଣୀ ଦୃଷ୍ଟିରୁ ରକ୍ଷା କରିବାକୁ ପିଲାର ବିଛଣାର ମୁଣ୍ଡ ଉପରେ ଗୋଟିଏ କଜଳପାତି ରଖା ହୋଇଥାଏ। 2 । ସଧବା ଝିଅ ଶାଶୁ ଘରକୁ ଗଲାବେଳେ ହାତରେ କଜଳ— ପାତିଟିଏ ଧରି ଘରୁ ଅନୁକୂଳ କରେ। କାରଣ ଏ ଦେଶରେ କଜଳ ଘେନିବା ସଧବାର ଲକ୍ଷଣ।] — [କଜଳପାତି ବା କଳାପାତି ସମ୍ବନ୍ଧେ ଲୌକିକ ସଂସ୍କାର—1 ଉତିଆଣୀ ପିଲାଙ୍କୁ ଡାହାଣୀ ଦୃଷ୍ଟିରୁ ରକ୍ଷା କରିବାକୁ ପିଲାର ବିଛଣାର ମୁଣ୍ଡ ଉପରେ ଗୋଟିଏ କଜଳପାତି ରଖା ହୋଇଥାଏ2 ସଧବା ଝିଅ ଶାଶୁ ଘରକୁ ଗଲାବେଳେ ହାତରେ କଜଳ— ପାତିଟିଏ ଧରି ଘରୁ ଅନୁକୂଳ କରେ କାରଣ ଏ ଦେଶରେ କଜଳ ଘେନିବା ସଧବାର ଲକ୍ଷଣ]