ଓହ୍ଲାଇବା Ohlāibā

  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — (ଅକର୍ମକ) ଉପରୁ ତଳକୁ ଅବରୋହଣ କରିବା — To descend; to alight; to get down
  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — ଉପରୁ ତଳକୁ ଆଣିବା — To bring down; to set down
  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — ଏକା ନିମିଷକେ ଧାତିକାରେ ତା ଓହ୍ଲାଇ। ସାରଳା. ମହାଭାରତ. ବିରାଟ।
  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — (ଜର) ଖସିବା — To leave (said of fever); to become lower; to come down
  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — ବୋଝ ଆଦିକୁ ମୁଣ୍ଡରୁ ବା ଗାଡ଼ିରୁ ତଳକୁ ଖସାଇବା ବା ଉତାରିବା — To set down (a load)
  • ଦେ. କ୍ରି (ସଂ. ଅବ+ରୁହ ଧାତୁ; ପ୍ରା. ଉଲ୍ଲାହ ବା ସଂ. ଅବରୋହ; ତୁଳ. ପାଲି—ଉଲ୍ଲହ) — (ବସ୍ତ୍ର ବା ଆଭରଣାଦି) ଦେହରୁ କାଢ଼ିବା ବା ଖୋଲିବା — To put off (dress or ornaments); to undress; to undo