ଏକଲବ୍ୟ Ekalabya
- ସଂ. ବି (ନାମ) — ଅସାଧାରଣ ଗୁରୁଭକ୍ତି ପାଇଁ ପ୍ରସିଦ୍ଧ ଜଣେ ବନ୍ୟ ରାଜକୁମାର — The son of a king of nomads who learnt archery by establishing an image of preceptor Drona as his teacher
- ସଂ. ବି (ନାମ) — [ଦ୍ର—ଏ ଯୁବକ ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତି ସ୍ଥାପନ କରି ତାହାକୁ ଗୁରୁ ବୋଲି ମନେ କରି ଧନୁର୍ବିଦ୍ୟା ଶିକ୍ଷା କରି ଏପରି ପାରଙ୍ଗମ ହୋଇଥିଲେ ଯେ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରି ଦେଖିଲେ ଯେ ସେ ନିଜେ ଗୁରୁ ହୋଇ ଯେଉଁ ରାଜପୁତ୍ର ମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଥିଲେ ସେମାନଙ୍କଠାରୁ ଏକଲବ୍ୟ ଧନୁର୍ବିଦ୍ୟାରେ ବେଶୀ ପାରଙ୍ଗମ। ଏଥିପାଇଁ ଏକଲବ୍ୟ ଯେତେବେଳେ ଗୁରୁଦକ୍ଷିଣା କଅଣ ଦେବ ବୋଲି ପାର୍ଥନା କଲା ଦ୍ରୋଣାଚାର୍ଯ୍ୟ କପଟ କରି କହିଲେ— 'ତୋର ଦକ୍ଷିଣ ହାତର ବୁଢା ଆଙ୍ଗୁଠିଟି କାଟି ମୋତେ ଗୁରୁଦକ୍ଷିଣା ଦେ।" ଏକଲବ୍ୟ ଗୁରୁଙ୍କ ଆଜ୍ଞାପ୍ରମାଣେ ବୁଢ଼ା ଆଙ୍ଗୁଠିଟି କାଟି ଗୁରୁଙ୍କୁ ଦକ୍ଷିଣା ସ୍ୱରୂପ ଦେଇ ଧନୁର୍ବିଦ୍ୟାରେ ଯାବଜ୍ଜୀବନ ଅକର୍ମ୍ମଣ୍ୟ ହୋଇ ରହିଲା।]