ଏକକୁ ଆରେକ Ekaku āreka
- ଦେ. ଅ — ଅନ୍ୟୋଽନ୍ୟରେ — Mutually
- ଦେ. ଅ — ଏକକୁ ଆରେକ ଯେ ଲେପିଲେ ଅପମିତ। ସାରଳାମହାଭାରତ. ବିରାଟ।
- ଦେ. ଅ — ଏକ ଜଣଠାରୁ ଆର ଜଣକ; ଜଣକ ଅପେକ୍ଷା ଆଉ ଜଣେ (ଏଠାରେ ପଞ୍ଚମୀ ବିଭକ୍ତି ଅର୍ଥରେ କୁ ପ୍ରୟୋଗ) — One more than the other
- ଦେ. ଅ — କୃଷ୍ଣ ମହିମା ପରଶଂସି, ଏକକୁ ଆରେକ ବିଶେଷି। ଭୂପତି. ପ୍ରେମପଞ୍ଚାମୃତ।
- ଦେ. ଅ — ଜଣକ ପରେ ଆଉ ଜଣେ — One after the other
- ଦେ. ଅ — ଏକ ପରିବର୍ତ୍ତରେ ଅନ୍ୟ — One in the place of another
- ଦେ. ଅ — ଗରଳ ଅମୃତ ଅମୃତ ଗରଳ ହୁଅଇ ଏକକୁ ଆରେକ ଫଳେ। ରାମଶଙ୍କର—ପ୍ରେମତରୀ।