ଋଷିକୁଲ୍ୟା Ṛushikulyā
- ଦେ. ବି. ସ୍ତ୍ରୀ. (ମଧ୍ୟପଦଲୋପୀ; ଋଷିମାନଙ୍କ କୃତ କୁଲ୍ୟା; ଋଷି=ମୁନି+କୁଲ୍ୟା=ଖାଲ; ନାଳ) — ଋଷିମାନଙ୍କ କୃତ କୃତ୍ରିମ ନଦୀ ବା ନାଳ — A canal excavated by sages
- ଦେ. ବି. ସ୍ତ୍ରୀ. (ମଧ୍ୟପଦଲୋପୀ; ଋଷିମାନଙ୍କ କୃତ କୁଲ୍ୟା; ଋଷି=ମୁନି+କୁଲ୍ୟା=ଖାଲ; ନାଳ) — ଗଞ୍ଜାମ ଅଞ୍ଚଳର ନଦୀବିଶେଷ — A river in Ganjam (madras)
- ଦେ. ବି. ସ୍ତ୍ରୀ. (ମଧ୍ୟପଦଲୋପୀ; ଋଷିମାନଙ୍କ କୃତ କୁଲ୍ୟା; ଋଷି=ମୁନି+କୁଲ୍ୟା=ଖାଲ; ନାଳ) — [ଦ୍ର—ଏହା ଋଷିମାଳ ପର୍ବତରୁ ବାହାରି ପୂର୍ବମୁଖ ହୋଇ ବଙ୍ଗୋପସାଗରରେ ପଡ଼ିଅଛି। ସରକାର ଏଥିରେ ଆନିକଟ କରି କେନାଲ କରିଅଛନ୍ତି ଓ କେନାଲଦ୍ବାରା କ୍ଷେତକୁ ଜଳ ମଡ଼ାଇବାର ବ୍ୟବସ୍ଥା କରିଅଛନ୍ତି। ପାଣ୍ଡବମାନେ ବନବାସ କାଳରେ ଏହି ନଦୀର ତୀରବର୍ତ୍ତୀ ହିରଣ୍ଯକା ବନରେ ବାସ କରିଥିଲେ।]
- ଦେ. ବି. ସ୍ତ୍ରୀ. (ମଧ୍ୟପଦଲୋପୀ; ଋଷିମାନଙ୍କ କୃତ କୁଲ୍ୟା; ଋଷି=ମୁନି+କୁଲ୍ୟା=ଖାଲ; ନାଳ) — ପାଞ୍ଚଦିନ ପରେ କରିବାକୁ ଶୁଦ୍ଧସ୍ନାନ ଋଷିକୁଲ୍ୟା ନଦୀକୁ କଲେକ ଆଗମନ। ସାରଳା ମହାଭାରତ. ଦ୍ରୋଣ।