ଋଗ୍ବେଦ Ṛugbeda
- ସଂ. ବି. (ମଧ୍ୟପଦଲୋପୀ; ଋକ୍ ନାମକ ବେଦ) — ପ୍ରଥମ ବେଦ — The first of the four Bedas; the Ṛugbeda
- ସଂ. ବି. (ମଧ୍ୟପଦଲୋପୀ; ଋକ୍ ନାମକ ବେଦ) — [ଦ୍ର—ଏହା ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗ୍ବେଦଠାରୁ ବଳି ପ୍ରାଚୀନତମ ଗ୍ରନ୍ଥ ଜଗତରେ ନାହିଁ ବୋଲି ପ୍ରତ୍ନତତ୍ତ୍ବବିତ୍ମାନେ କହନ୍ତି। ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଛନ୍ତି— "ଋଗ୍ବେଦ ଖଣ୍ଡିଏ ଗ୍ରନ୍ଥ ନୁହେ; ଏହା ଗୋଟିଏ ପୁସ୍ତକାଗାର ଓ ସାହିତ୍ୟଭଣ୍ଡାର ଅଟେ"। ଋଗ୍ବେଦରେ ବାଲ୍ୟବିବାହର ଉଲ୍ଲେଖ ନାହିଁ। ସେ କାଳରେ ଯୁବତୀବିବାହ ପ୍ରଚଳିତ ଥିଲା। ଋଗ୍ବେଦରେ ଋକ୍ (ବୈଦିକ ମନ୍ତ୍ର) ର ସଂଖ୍ଯା 10508 କିନ୍ତୁ ଏଥିରୁ 163 ଟି ମିଳୁନାହିଁ। ଋଗ୍ବେଦର ଶାଖା ପାଞ୍ଚଟି ଯଥା—ଶାକଳବାସ୍କଳ, ଅଶ୍ବଲାୟନ, ଶଙ୍ଖାୟନ ଓ ମଣ୍ଡୁକ। ଏହି ପାଞ୍ଚଟି ଶାଖା ଛଡ଼ା ଐତରେୟୀ, କୌଷୀତକୀ, ଶୈଶିରୀ, ପୌଙ୍ଗୀଆଦି ଉପଶାଖାମାନ ଅଛି। ଋଗ୍ବେଦର ଦୁଇ ପ୍ରଧାନ ବିଭାଗ ଯଥା— 1 । ଐତରେୟ ବ୍ରାହ୍ମଣ ଓ 2 । କୌଷିତକୀ ବା ସାଂଖ୍ୟାୟନ।] — [ଦ୍ର—ଏହା ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ ଋଗ୍ବେଦଠାରୁ ବଳି ପ୍ରାଚୀନତମ ଗ୍ରନ୍ଥ ଜଗତରେ ନାହିଁ ବୋଲି ପ୍ରତ୍ନତତ୍ତ୍ବବିତ୍ମାନେ କହନ୍ତି ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଛନ୍ତି— "ଋଗ୍ବେଦ ଖଣ୍ଡିଏ ଗ୍ରନ୍ଥ ନୁହେ; ଏହା ଗୋଟିଏ ପୁସ୍ତକାଗାର ଓ ସାହିତ୍ୟଭଣ୍ଡାର ଅଟେ" ଋଗ୍ବେଦରେ ବାଲ୍ୟବିବାହର ଉଲ୍ଲେଖ ନାହିଁ ସେ କାଳରେ ଯୁବତୀବିବାହ ପ୍ରଚଳିତ ଥିଲା ଋଗ୍ବେଦରେ ଋକ୍ (ବୈଦିକ ମନ୍ତ୍ର) ର ସଂଖ୍ଯା10508କିନ୍ତୁ ଏଥିରୁ163ଟି ମିଳୁନାହିଁ ଋଗ୍ବେଦର ଶାଖା ପାଞ୍ଚଟି ଯଥା—ଶାକଳବାସ୍କଳ, ଅଶ୍ବଲାୟନ, ଶଙ୍ଖାୟନ ଓ ମଣ୍ଡୁକ ଏହି ପାଞ୍ଚଟି ଶାଖା ଛଡ଼ା ଐତରେୟୀ, କୌଷୀତକୀ, ଶୈଶିରୀ, ପୌଙ୍ଗୀଆଦି ଉପଶାଖାମାନ ଅଛି ଋଗ୍ବେଦର ଦୁଇ ପ୍ରଧାନ ବିଭାଗ ଯଥା—1 ଐତରେୟ ବ୍ରାହ୍ମଣ ଓ2 କୌଷିତକୀ ବା ସାଂଖ୍ୟାୟନ]