ଉଲ୍କାମୁଖୀ Ulkāmukhī

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଉଲ୍କା+ମୁଖ+ଈ) — ମୁଁହ ଆଁ କରିଦେଲେ ଆଲୁଅ ଦେଖାଯିବା ଏକ ଜାତୀୟ ଶୃଗାଳ ବା କୋକିଶିଆଳି — A fox with mouth emitting light
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଉଲ୍କା+ମୁଖ+ଈ) — ଯେଉଁ ମାଈ ବିଲୁଆ ମୁଁହରୁ ଚିରିଗୁଣୀ ଆଲୁଅ ବାହାରେ ବୋଲି ଶୁଣା ଅଛି — A she-fox said to be the ignis fatuus
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଉଲ୍କା+ମୁଖ+ଈ) — ଚିରିଗୁଣୀ — Ignis fatuus will-o'-the-wisp
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଉଲ୍କା+ମୁଖ+ଈ) — (ଲକ୍ଷଣାର୍ଥ) କ୍ରୋଧନସ୍ୱଭାବା ସ୍ତ୍ରୀ — A shrew; a termagant woman
  • ବିଣ. ସ୍ତ୍ରୀ. (ଲକ୍ଷଣାର୍ଥ) — ଯେଉଁ ସ୍ତ୍ରୀ ମୁଖମଣ୍ଡଳ ସର୍ବଦା କ୍ରୋଧରେ ରକ୍ତ ବର୍ଣ୍ଣ ହୋଇଥାଏ — (allegorical) (a woman) Whose face is always reddened with anger
  • ବିଣ. ସ୍ତ୍ରୀ. (ଲକ୍ଷଣାର୍ଥ) — କ୍ରୋଧନସ୍ୱଭାବା — Shrewish; termagant