ଉଦ୍ଧରିବା Uddharibā

  • ଦେ. କ୍ରି. (ସଂ. ଉଦ୍ଧରଣ) — ଉଦ୍ଧାର କରିବା — To rescue
  • ଦେ. କ୍ରି. (ସଂ. ଉଦ୍ଧରଣ) — ମୁକ୍ତ କରିବା — To deliver
  • ଦେ. କ୍ରି. (ସଂ. ଉଦ୍ଧରଣ) — ଉତ୍ତୋଳନ କରିବା; ଟେକିବା — To lift up
  • ଦେ. କ୍ରି. (ସଂ. ଉଦ୍ଧରଣ) — ଏହା କହି ବରାହ ରୂପ ଧରି ହରି, ଧରଣୀକି ଦନ୍ତରେ ଧଇଲେ ଉଦ୍ଧରି। —କୃଷ୍ଣସିଂହ ମହାଭାରତ, ବନ।
  • ଦେ. କ୍ରି. (ସଂ. ଉଦ୍ଧରଣ) — କୌଣସି ଗ୍ରନ୍ଥରୁ ସାର ସଂଗ୍ରହ କରି ଲେଖିବା — To quote
  • ଦେ. କ୍ରି. (ସଂ. ଉଦ୍ଧରଣ) — ସାର ଉଦ୍ଧରି ଶାସ୍ତ୍ରମତେ, କହିଲୁ ଶିରୀ ଭାଗବତେ। —ଜଗନ୍ନାଥ, ଭାଗବତ ।
  • ଦେ. କ୍ରି. (ସଂ. ଉଦ୍ଧରଣ) — (ଲକ୍ଷଣାର୍ଥ) ଅନୁନ୍ନତ ଅବସ୍ଥାରୁ ଉନ୍ନତ ଅବସ୍ଥାକୁ ନେବା; ଉଦ୍ଧାର କରିବା — To take a person to a higher condition
  • ଦେ. କ୍ରି. (ସଂ. ଉଦ୍ଧରଣ) — ଉଦ୍ଧବ ଉଦ୍ଧଭ ଦେବି ଏହି ପତିତ ଉତ୍କଳେ। —ମଧୁସୂଦନ, ଉତ୍କଳଗାଥା।