ଉଦୂଖଳମୂଷଳ Udūkhaḻamūshaḻa
- ସଂ. ବି. (ସହଚର; ଦ୍ୱନ୍ଦ୍ୱ) — ଖଲ ଓ ପୁଆ — Mortar and pestle
- ସଂ. ବି. (ସହଚର; ଦ୍ୱନ୍ଦ୍ୱ) — ଧାନକୁଟିବାରେ ବ୍ୟବହୃତ କାଠର ହେମାମଦସ୍ତା ଓ ତହିଁରେ ପୁଆରୂପେ ବ୍ୟବହୃତ କାଠର ଠେଙ୍ଗା — The wooden mortar and pestle for husking paddy
- ସଂ. ବି. (ସହଚର; ଦ୍ୱନ୍ଦ୍ୱ) — [ଦ୍ର —ଋଷିମାନେ ଆଶ୍ରମରେ ଢିଙ୍କି ପରିବର୍ତ୍ତରେ ଉଦୁଖଳ ମୂଷଳଦ୍ୱାରା ବାଳୁଙ୍ଗାଧାନ ଆଦି କୁଟି ଚାଉଳ କରୁଥିଲେ। ଢିଙ୍କି ସ୍ଥାନାନ୍ତରକୁ ନିଆଯାଇ ପାରେ ନାହିଁ। କିନ୍ତୁ ଉଦୂଖଳମୂଷଳକୁ ଯେଣେ ଇଚ୍ଛା ତେଣେ ନିଆଯାଇପାରେ। ଓଡ଼ିଶାକୁ ବୁଲି ଆସୁଥିବା ସବାଖିଆ କେଳା ଓ ଦକ୍ଷିଣିଆ କେଳାମାନେ ଓ କନ୍ଧ, କୋହ୍ଲ ଏବଂ ସାନ୍ତାଳମାନେ ଏହାର ବ୍ୟବହାର କରନ୍ତି।]