ଉଦୁମୁଦୁମା Udumudumā

  • ଗ୍ରା. ବିଣ. ପୁଂ. — ବଗୁଲିଆ; ଖେଚେଡ଼ା — Wanton
  • ଗ୍ରା. ବିଣ. ପୁଂ. — ଅଥୟ; ଅଶାନ୍ତି — Restless
  • ଗ୍ରା. ବିଣ. ପୁଂ. — ଗୋଳମାଳ କରୁଥିବା — Boisterous
  • ଗ୍ରା. ବିଣ. ପୁଂ. — ମୋଟା ଓ ଅଳସୁଆ; ଢୋଲା ଓ ଅକାମିକା — Fat and idle; falstaff like; lazy and stout
  • ଗ୍ରା. ବିଣ. ପୁଂ. — ଦୁର୍ଦ୍ଦାନ୍ତ; ଦୁଷ୍ଟ — Wicked
  • ଗ୍ରା. ବିଣ. ପୁଂ. — ଏଣେ ତେଣେ ପଦଚାଳନ ଶବ୍ଦ କରି ଦଉଡ଼ାଦଉଡ଼ି କରୁଥିବା — Running to and fro with loud foot-steps
  • ଗ୍ରା. ବିଣ. ପୁଂ. — ଯେଉଁ ବ୍ୟକ୍ତି ଧୀର ଓ ନିଃଶବ୍ଦଭାବରେ ନ ଚାଲି ସର୍ବଦା ଦୁମ୍ ଦୁମ୍ ହୋଇ ଚାଲିବାରେ ଅଭ୍ୟସ୍ତ — Habituated to walking with a thumping sound
  • ଦେ. ବି. (ଦୁମ୍ ଦୁମ୍ ଧ୍ୱନ୍ୟନୁକରଣ ଅବ୍ୟୟ) — ବହୁତ ବିଧା ଚାପୁଡ଼ା ଆଦି ମାଡ଼
  • ଦେ. ବି. (ଦୁମ୍ ଦୁମ୍ ଧ୍ୱନ୍ୟନୁକରଣ ଅବ୍ୟୟ) — (ଯଥା —ତୋ ଉପରେ ଗୋଟ କେତେ ଉଦୁମୁଦୁମା ବସିଯିବ ଯେ!) — A number of punches
  • ଦେ. ବି. (ଦୁମ୍ ଦୁମ୍ ଧ୍ୱନ୍ୟନୁକରଣ ଅବ୍ୟୟ) — (ଯଥା —ତୋ ଉପରେ ଗୋଟ କେତେ ଉଦୁମୁଦୁମା ବସିଯିବ ଯେ!)
  • ଦେ. ବି. (ଦୁମ୍ ଦୁମ୍ ଧ୍ୱନ୍ୟନୁକରଣ ଅବ୍ୟୟ) — ଉଦୁମୁ ଦୁମା, ତାଳ ଗୋଟମା, ନୂଆ ପାହୁରାଣୀ ପିତଳସମା, ହରଚଣ୍ଡିଙ୍କର ଭାଇ ମଲା, ରକତ ପିଣ୍ଡୋଳେ ଭାସିଗଲା। ଆମ୍ବଟିଏ ଖାଉଁ ଖାଉଁ କୋଇଲିଟିଏ କଷା, କି ମାଡ଼ ମାଇଲୁ ଭାଇ ଚାରିକୁଣିଆ ବସ। —ଶିଶୁକ୍ରୀଡ଼ାଗୀତ।