ଉଦାସ Udāsa

  • ସଂ. ବିଣ. (ଉତ୍=ଉପରେ+ଆସ୍ ଧାତୁ=ବସିବା+କର୍ତ୍ତୃ. ଅ) — ବିଷୟତୃଷ୍ଣାରହିତ; ବିଷୟବିରାଗୀ — Unconcerned in or indifferent to worldly affairs
  • ସଂ. ବିଣ. (ଉତ୍=ଉପରେ+ଆସ୍ ଧାତୁ=ବସିବା+କର୍ତ୍ତୃ. ଅ) — ଉଦାସ ହୋଇଣ ଜ୍ଞାନ ପାଇଣ ବୁଲୁଥାଇ ରାଜ୍ୟ ଯାକ —ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବିଣ. (ଉତ୍=ଉପରେ+ଆସ୍ ଧାତୁ=ବସିବା+କର୍ତ୍ତୃ. ଅ) — ଉଦାସୀନ — Apathetic
  • ସଂ. ବିଣ. (ଉତ୍=ଉପରେ+ଆସ୍ ଧାତୁ=ବସିବା+କର୍ତ୍ତୃ. ଅ) — ନିରପେକ୍ଷ — Neutral
  • ଦେ. ବିଣ — ବିମର୍ଷ — Melancholy
  • ସଂ. ବି. — ନିରପେକ୍ଷତା — Neutrality
  • ସଂ. ବି. — ବିଷୟବାସନା ପ୍ରତି ବିତୃଷ୍ଣା; ବିଷୟବିରାଗ; ବୈରାଗ୍ୟ — Indifference to worldly concerns
  • ସଂ. ବି. — ଅଧର କମ୍ପ ଉନମାଦ। ଉଦାସ ହରଷ ବିଷାଦ—ଭୂପତି, ପ୍ରେମପଞ୍ଚାମୃତ।
  • ସଂ. ବି. — ନିରୁତ୍ସାହତା — Want of vigour or zeal
  • ସଂ. ବି. — ଉତ୍କ୍ଷେପ — Throwing up
  • ସଂ. ବି. — ଉଚ୍ଚତା — Height