ଉତ୍ତରକୋଶଳ Uttarakoṡaḻa
- ସଂ. ବି. (ଉତ୍ତର=ଉତ୍ତରଦିଗସ୍ଥ+କୋଶଳ=ରାଜ୍ୟବିଶେଷ) — —ଅଯୋଧ୍ୟାପ୍ରଦେଶ; ସରଯୂ ନଦୀର ଉତ୍ତରପାର୍ଶ୍ୱସ୍ଥ ପ୍ରଦେଶ
- ସଂ. ବି. (ଉତ୍ତର=ଉତ୍ତରଦିଗସ୍ଥ+କୋଶଳ=ରାଜ୍ୟବିଶେଷ) — [ଦ୍ର—ଏହାର ପ୍ରାଚୀନ ରାଜଧାନୀ ଶ୍ରାବସ୍ତୀ ଇରାବତୀ ନଦୀତଟରେ ଅବସ୍ଥିତ। ଶ୍ରାବସ୍ତୀର ଦକ୍ଷିଣରେ ବର୍ତ୍ତମାନ ବଳରାମପୁର।]