ଉତ୍ତରକୁରୁ Uttarakuru
- ସଂ. ବି. (ଉତ୍ତର=ଉତ୍ତରଦିଗସ୍ଥ+କୁରୁ=କୁରୁରାଜ୍ୟ) — ହିନ୍ଦୁକୁଶ ପର୍ବତର ଉତ୍ତର ପ୍ରଦେଶ; ଜମ୍ବୁଦ୍ୱୀପର ନବବର୍ଷାନ୍ତର୍ଗତ ବର୍ଷବିଶେଷ
- ସଂ. ବି. (ଉତ୍ତର=ଉତ୍ତରଦିଗସ୍ଥ+କୁରୁ=କୁରୁରାଜ୍ୟ) — [ଦ୍ର—ପୁରାତନ ଭାରତବର୍ଷ ଜମ୍ବୁଦ୍ୱୀପର ନଅଗୋଟି ବର୍ଷ ବା ରାଜ୍ୟ ମଧ୍ୟରୁ ଏକ ରାଜ୍ୟ; ଏହିଠାରୁ ଆର୍ଯ୍ୟମାନେ ଆସି ଭାରତର ଆର୍ଯ୍ୟାବର୍ତ୍ତରେ ବସତି କରିଥିଲେ। କେହି କେହି ଇରାନ୍ ବା ପାରସ୍ୟ ଦେଶକୁ ଉତ୍ତରକୁରୁ କହନ୍ତି।]