ଉତ୍କଳଭାଷୀ ଅଞ୍ଚଳ Utkaḻabhāshī an̄chaḻa

  • ଦେ. ବି. — ଯେଉଁ ଅଞ୍ଚଳରେ ବିଶୁଦ୍ଧ ଓଡ଼ିଆ ବା ଉତ୍କଳଭାଷୀ ଲୋକେ ବାସ କରନ୍ତି
  • ଦେ. ବି. — [ଦ୍ର —ଏଥିର ସୀମା ପୂର୍ବରେ ବଙ୍ଗୋପସାଗର; ସେଠାରୁ ଉତ୍ତର ପୂର୍ବ ମେଦିନୀପୁରର ତମଲୁକ ନିକଟସ୍ଥ ହଳଦୀ ନଦୀ (ଅର୍ଥାତ୍ ମେଦିନୀପୁର କାନ୍ଥି ସବ୍ଡିଭିଜନର ଉତ୍ତର ସୀମା) ଓ କାଳି ଗାଈ ନଦୀଦେଇ ଉତ୍କଳଭାଷୀ ଅଞ୍ଚଳର ସୀମାରେଖା ବାଙ୍କୁଡ଼ା ପର୍ଯ୍ୟନ୍ତ ଯାଇଅଛି। ତାହା ପରେ ସିଂହଭୂମ ଜିଲ୍ଲାର ପୂର୍ବସୀମା ଦେଇ ସଢ଼େଇକଳା ବାଟେ ରାଞ୍ଚି ଅଧିତ୍ୟକା ପର୍ଯ୍ୟନ୍ତ, ଜାଶପୁର ଷ୍ଟେଟ ମଧ୍ୟଦେଇ ରାୟଗଡ଼ ଓ ସାରଣଗଡ଼ ଷ୍ଟେଟ୍, ସମ୍ବଲପୁର, ରାଏପୁର ଜିଲ୍ଲା ବାଟେ ଦକ୍ଷିଣକୁ ବିଶାଖାପାଟଣାର ଜୟପୁର, ଗଡ଼ଜାତ ଓ ବସ୍ତର ରାଜ୍ୟର ସୀମା ବାଟେ ବିଶାଖପାଟଣା ଗଞ୍ଜାମ ମଧ୍ୟଦେଇ ଗଞ୍ଜାମର ବଡ଼ଥ ବନ୍ଦରଠାରେ ମିଶିଅଛି।]