ଉଠାଇବା Uṭhāibā
- ଦେ. କ୍ରି. (ସଂ. ଉତ୍ଥାପନ) — ଉଠିବାର ଣିଜନ୍ତ ରୂପ
- ଦେ. କ୍ରି. (ସଂ. ଉତ୍ଥାପନ) — ଚଢ଼ାଇବା; ଉନ୍ନତି କରିବା — To cause to ascend.(ଯଥା —ଗଛ ଉପରକୁ ଉଠାଇ ଦେଇ ମୂଳ କାଟିଦେବା)
- ଦେ. କ୍ରି. (ସଂ. ଉତ୍ଥାପନ) — (ଯଥା —ଗଛ ଉପରକୁ ଉଠାଇ ଦେଇ ମୂଳ କାଟିଦେବା)
- ଦେ. କ୍ରି. (ସଂ. ଉତ୍ଥାପନ) — ଉତ୍ତୋଳିତ କରିବା; ଟେକିବା — To lift; to raise.(ଯଥା —ବିଛଣା ଉଠାଇବା)
- ଦେ. କ୍ରି. (ସଂ. ଉତ୍ଥାପନ) — (ଯଥା —ବିଛଣା ଉଠାଇବା।)
- ଦେ. କ୍ରି. (ସଂ. ଉତ୍ଥାପନ) — ପ୍ରକାଶ ବା ପ୍ରକଟନ କରିବା; ପ୍ରଘଟ କରିବା — To publish.(ଯଥା —ନିନ୍ଦା ବା ଅପବାଦ ଉଠଇବା)
- ଦେ. କ୍ରି. (ସଂ. ଉତ୍ଥାପନ) — (ଯଥା —ନିନ୍ଦା ବା ଅପବାଦ ଉଠଇବା।)
- ଦେ. କ୍ରି. (ସଂ. ଉତ୍ଥାପନ) — ନିଦ୍ରା ଭଙ୍ଗାଇବା — To awake
- ଦେ. କ୍ରି. (ସଂ. ଉତ୍ଥାପନ) — ମୋତେ ଉଠାଇଲୁ କହ କାହିଁ ପାଇଁ । —କୃଷ୍ଣସିଂହ ମହାଭାରତ, ବନ।
- ଦେ. କ୍ରି. (ସଂ. ଉତ୍ଥାପନ) — ସ୍ଥାନତ୍ୟାଗ କରାଇବା; ସ୍ଥାନଭ୍ରଷ୍ଟ କରାଇବା — To eject.(ଯଥା —ପ୍ରଜାକୁ ଜମିରୁ ଉଠାଇବା)
- ଦେ. କ୍ରି. (ସଂ. ଉତ୍ଥାପନ) — (ଯଥା —ପ୍ରଜାକୁ ଜମିରୁ ଉଠାଇବା।)
- ଦେ. କ୍ରି. (ସଂ. ଉତ୍ଥାପନ) — ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା — To remove; to transfer.(ଯଥା —ବାବାଜୀ ଏଠାରୁ ଆସନ ଉଠାଇଲେଣି)