ଉଚ୍ଛନ୍ନ Uchchhanna
- ସଂ. ବିଣ (ଉତ୍+ଛାଦି=ଆବରଣ କରିବା+କର୍ତ୍ତୃ. ତ) — ନଷ୍ଟ; ଧ୍ୱସ୍ତ; ବିନାଶିତ
- ଦେ. ବିଣ — ଅତି ଚଞ୍ଚଳ; ବ୍ୟାକୁଳ; ବ୍ୟସ୍ତ — Over-anxious; over-impatient
- ଦେ. ବିଣ — ସୃଷ୍ଟି ରଞ୍ଚନେ ତାର ମନ, ପ୍ରତିହିଁ ଦିନେ ସେ ଉଚ୍ଛନ୍ନ —ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବିଣ — ଅସ୍ଥିର — Unsetteled; restless
- ଦେ. ବିଣ — ତ୍ୱରାଯୁକ୍ତ — Hasty
- ଦେ. ବିଣ — ଲୁପ୍ତ — Exterminated
- ଦେ. ବିଣ — ଭୀତ; ତ୍ରସ୍ତ — Frightened; terrified
- ଦେ. ବିଣ — ବଳ ସାଜିଣ ଦୂଷଣ ତ୍ରିଶିର ଖର ବାହାର ବୀର ଡାକରେ ଉଚ୍ଛନ୍ନ ସୁର —ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି — ବିନାଶ — Destruction
- ଦେ. ବି — (ବଂଶାଦିର) ଲୋପ — Extinction