ଉକୁଟିବା Ukuṭibā
- ଦେ. କ୍ରି — ପିତଳ ବା ତମ୍ବା ପ୍ରଭୃତି ଧାତୁପାତ୍ରରେ ଅମ୍ଳଦ୍ରବ୍ୟ ରହିବା ଯୋଗୁଁ ବିସ୍ୱାଦ ବା ବିକୃତ ହେବା — (acid food) To get in the taste spoiled by being kept in brass untensils
- ଦେ. କ୍ରି — ପ୍ରକାଶିତ ହେବା — To be manifest
- ଦେ. କ୍ରି — କେତେବେଳେ ଅବା ଯାଉ ଥାଇ ଲାଜ ପାଟଳ ଗଣ୍ଡେ ଉକୁଟି। —ରାଧାନାଥ, ଯଯାତି।
- ଦେ. କ୍ରି — ଚିତ୍ର ବା ଖୋଦନ କରି ଲେଖିବା — To engrave or paint
- ଦେ. କ୍ରି — ପ୍ରସ୍ଫୁଟିତ ହେବା — To be fully blown; to bloom